କରୋନା ସଙ୍କଟ ମଧ୍ୟରେ ମୋଦିଙ୍କ ସହ କଥା ହେଲେ ଉଦ୍ଧବ: ମାଗିଲେ ୧୫୦୦ ଏମ୍‌ଟି ଅକ୍ସିଜେନ୍‌

ମୁମ୍ବାଇ,୧୭।୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩,୭୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୩୯୮ଜଣଙ୍କ ମୃତ୍ୟୁ ଘଟିଛି। ତେବେ କରୋନା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶନିବାର ଫୋନରେ ବାର୍ତ୍ତାଳାପ କରିଛନ୍ତି। ମହାରାଷ୍ଟ୍ରରେ ଦ୍ରୁତଗତିରେ କରୋନା ବ୍ୟାପୁଥିବା ବେଳେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ହସ୍ପିଟାଲରେ ବେଡ୍‌ ଖାଲି ନ ଥିବା ବେଳେ ଅକ୍ସିଜେନର ମଧ୍ୟ ଅଭାବ ଦେଖାଦେଇଛି। ତେଣୁ ଏନେଇ ସେ ମୋଦିଙ୍କ ସହାୟତା ଲୋଡିଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୨୦୦ରୁ ୧୫୦୦ମେଟ୍ରିକ ଟନ୍‌ (ଏମ୍‌ଟି) ଅକ୍ସିଜେନ ଆବଶ୍ୟକ ରହିଛି। ତେବେ ଏହି ଜରୁରୀ ପରିସ୍ଥିତିରେ ବିମାନ ଯୋଗେ ଅକ୍ସିଜେନ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି।

Share