Categories: ଜାତୀୟ

ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉଦ୍ଧବ-ଶିନ୍ଦେ ସମର୍ଥକ ମୁହାଁମୁହିଁ, ୩୬ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ…

ମୁମ୍ବାଇ, ୧୧।୯ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଉଭୟ ଦଳର କର୍ମୀମାନେ ପୁଣି ଥରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜିତ ହୋଇଛନ୍ତି।
ପୋଲିସ ଉଦ୍ଧବ ସମର୍ଥକଙ୍କ ମଧ୍ୟରୁ ୩୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଦଙ୍ଗା ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଶିନ୍ଦେ ଦଳର ବିଧାୟକ ସଦା ସରଓ୍ବନଙ୍କର ଏବଂ ତାଙ୍କ ପୁଅଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।

ସରଓ୍ବନଙ୍କରଙ୍କ ବ୍ୟତୀତ ଦାଦର ପୋଲିସ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ବିଧାୟକ ସରଓ୍ବନଙ୍କର ଦାଦର ପୋଲିସ ଷ୍ଟେଶନ ବାହାରେ ଗୁଳି ଚଳାଇଥିଲେ। ପୋଲିସ ଦ୍ୱାରା ଗିରଫ ହୋଇଥିବା ୬ ଜଣଙ୍କୁ କୋର୍ଟରେ ହାଜର କରାଯିବ।

ଶନିବାର ରାତିରେ ଉଦ୍ଧବଙ୍କ ସମର୍ଥକ କିଛି କର୍ମୀ ବିଧାୟକ ସରଓ୍ବନଙ୍କର ଭବନରେ ପହଞ୍ଚି ସ୍ଲୋଗାନ ଦେଉଥିଲେ। ଏହା ପରେ ଶିନ୍ଦେଙ୍କ ଗୋଷ୍ଠୀର କର୍ମୀମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ମୁହାଁମୁହିଁ ସଂଘର୍ଷ ଆରମ୍ଭ ହୋଇଥିଲା। ପୋଲିସ ସୂଚନା ପାଇଘଟଣାସ୍ଥଳରେ ପହଞ୍ଚି ୩୦ ରୁ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷରେ, ଉଦ୍ଧବଙ୍କ ଦଳର ଏମଏଲସି ସୁନୀଲ ଶିନ୍ଦେ ଅଭିଯୋଗ କରିଛନ୍ତି ଯେ ସରଓ୍ବନଙ୍କର ବନ୍ଧୁକରୁ ଗୁଳି ଚଳାଇଛନ୍ତି।

ଉଦ୍ଧବ ଏବଂ ଶିନ୍ଦେ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ଗଣେଶ ବିସର୍ଜନ ସମୟରେ ଉଭୟ ଦଳର କାର୍ଯ୍ୟକର୍ତ୍ତା ପରସ୍ପର ସହ ସଂଘର୍ଷ କରିଥିଲେ। ଅଭିଯୋଗ ହେଉଛି ଯେ ଶିନ୍ଦେଙ୍କ ଗୋଷ୍ଠୀର ଲୋକମାନେ ଉଦ୍ଧବ ଠାକରେଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ପରେ ଉଦ୍ଧବଙ୍କ ଦଳର କର୍ମୀମାନେସରଓ୍ବନଙ୍କରଙ୍କ ବିଲଡିଂରେ ପହଞ୍ଚି ଏହାକୁ ବିରୋଧ କରିଥିଲେ।

Share