ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ ଉପରେ ଯଦି ଦଳୀୟ କର୍ମୀଙ୍କ ଆସ୍ଥା ନାହିଁ, ତେବେ ସେ ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ସେ ଯେକୌଣସି କର୍ମୀଙ୍କୁ ଦଳର ନେତୃତ୍ୱ ଦେବାକୁ ଚାହାନ୍ତି। ଶିବସେନା ପ୍ରତିଷ୍ଠା ଦିବସରେ ଦଳୀୟ କ୍ୟାଡରମାନଙ୍କୁ ଉଦ୍‌ବୋଧନ ଦେଇ ଉଦ୍ଧବ ଏହା କହିଛନ୍ତି।

ତେବେ ଦଳର ବିଚାରଧାରା ପାଇଁ ଲଢ଼େଇରୁ ସେ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଯେଉଁମାନେ ସଂଗଠନ ପ୍ରତି ବିଶ୍ୱାସଘାତ କରିବେ ସେମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି ଏକଦା ବାଲ୍‌ ଠାକ୍‌ରେ କହିଥିଲେ। ଶିବସେନା(ୟୁବିଟି)ର ୬ ଜଣ ଦଳର ନେତୃତ୍ୱ ସହ ସମ୍ପର୍କ ତୁଟାଇବା ସହିତ ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ନ ଥିଲେ। ସେମାନେ ଏକନାଥ ଶିନ୍ଦେଙ୍କ ଶିବସେନାରେ ମିଶିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

Share