Categories: ଜାତୀୟ

ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ ଛାଡିଥିଲେ ମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ,୨୭।୩ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକ ସୁହାସ କାଣ୍ଡେ ଏକ ବଡ଼ ଦାବି କରିଛନ୍ତି। ଏକଦା ଠାକେର ପରିବାର ପାଇଁ ସ୍ବତନ୍ତ୍ର ଥିବା ସୁହାସ କାଣ୍ଡେ ଦାବି କରିଛନ୍ତି ଯେ, ନିଜ ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

କାଣ୍ଡେ କହିଛନ୍ତି, ’ଯେତେବେଳେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ତାଙ୍କୁ ରାଜ୍ୟପାଳଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କୁହାଯାଇ ନ ଥିଲା କିମ୍ବା ସେହି ସମୟରେ କୌଣସି ଅଧିବେଶନ ଚାଲି ନ ଥିଲା। ଏହା ସତ୍ତ୍ୱେ ସେ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଶାଳକ ଶ୍ରୀଧର ପାଟଣକରଙ୍କୁ ବଞ୍ଚାଇବା ପାଇଁ ଏହି ଇସ୍ତଫା ଦେଇଥିଲେ।

ଖବର ଅନୁଯାୟୀ ଗତ ବର୍ଷ ଶ୍ରୀଧରଙ୍କ ଘରେ ଇଡି ଚଢ଼ାଉ କରିଥିଲା। ସେବେଠାରୁ ଆଲୋଚନା ହୋଇଥିଲା ଯେ ଶ୍ରୀଧରଙ୍କ ମାମଲାର ପ୍ରଭାବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ପହଞ୍ଚିପାରେ। ପରବର୍ତ୍ତୀ ସମୟରେ ଉଦ୍ଧବ ଇସ୍ତଫା ଦେଇଣେ୍‌ତ୍ଲେ ବୋଲି କାଣ୍ଡେ କହିଛନ୍ତି।

 

Share