Posted inଜାତୀୟ

‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’

ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ ଠାକରେଙ୍କୁ ରବିବାର ଟାର୍ଗେଟ୍‌ କରିଛନ୍ତି। ନଁା ନ ନେଇ ରାଜଙ୍କୁ ସମାଲୋଚନା କରି ସେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଉଦ୍ଧବ ଅଭିଯୋଗ କରିଛନ୍ତି।
ଲୋକସତାର ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେ ଭାଜପା ଏବଂ ରାଜ ଠାକରେଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ବାଲାସାହେବଙ୍କ ସହ କିପରି ବିଶ୍ୱାସଘାତକତା କରିଛନ୍ତି ମୁଁ ନିଜ ଆଖିରେ ଦେଖିଛି। ସେ ସରଳ ଥିଲେ, ମୁଁ କିନ୍ତୁ ନୁହେଁ। ତୁମେ ହିନ୍ଦୁତ୍ୱ ନାମରେ ଯାହା ସବୁ କରୁଥିଲ ସେ ଆଖି ବୁଜିଦେଇଥିଲେ, କିନ୍ତୁ ମୁଁ ତାହା କରିବି ନାହିଁ।
ସେହିପରି ରାଜ ଠାକରେଙ୍କୁ ସମାଲୋଚନା କରି ଉଦ୍ଧବ କହିଥିଲେ, ସେ ଜନ୍ମରୁ ବିଭିନ୍ନ ପତାକା ଧରିଛନ୍ତି। ଆମେ ପତାକା ପରିବର୍ତ୍ତନ କରିନାହୁଁ, ତେଣୁ ଅସ୍ତିତ୍ୱ ଦେଖାଇବା ପାଇଁ ସେମାନଙ୍କୁ ଏପରି ଡ୍ରାମା କରିବାକୁ ପଡିବ, ଥିଏଟର ଦୁଇ ବର୍ଷ ପାଇଁ ବନ୍ଦ ଥିଲା। ମାଗଣା ମନୋରଞ୍ଜନ ଏବେ ଚାଲିଛି, ତେଣୁ ସମସ୍ତେ ଦେଖନ୍ତୁ।
ସୂଚନାଯୋଗ୍ୟ, ରାଜ ଠାକରେ ମସ୍‌ଜିଦରୁ ଲାଉଡ ସ୍ପିକର ହଟାଇବାକୁ ଦାବି ଆରମ୍ଭ କରିଥିଲେ। ଏହା ପରେ ଏହି ପ୍ରସଙ୍ଗ ସାରା ଦେଶରେ ବ୍ୟାପିଗଲା। ରାଜ ଠାକରେ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି, ଯଦି ମେ’ ୩ ତାରିଖ ପର୍ଯ୍ୟନ୍ତ ମସ୍‌ଜିଦରୁ ଲାଉଡ ସ୍ପିକର ହଟାଯାଇ ନ ଥାଏ, ତେବେ ସେମାନେ ମନ୍ଦିରରେ ହନୁମାନ ଚାଳିଶାା ପାଠ କରିବେ। ଏହାର ଠିକ୍‌ ପୂର୍ବରୁ ରାଜ ଠାକରେ ଔରଙ୍ଗାବାଦରେ ଏକ ବଡ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri