Categories: ଜାତୀୟ

କହ୍ନେୟାଲାଲଙ୍କ ଘରେ ପହଞ୍ଚିଲେ ଗେହଲଟ

ଉଦୟପୁର,୩୦ ।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ଉଦୟପୁରରେ ଥିବା କହ୍ନେୟାଲାଲଙ୍କ ଘରେ ପହଞ୍ଚିଛନ୍ତି । ସେଠାରେ ସେ କହ୍ନେୟାଲାଲଙ୍କ ପରିବାର ସଦସ୍ୟଙ୍କ ସହ କଥା ହେବା ବେଳେ ସେମାନଙ୍କୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହ୍ନେୟାଲାଲଙ୍କ ପରିବାରକୁ ୫୧ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କହ୍ନେୟାଲାଲଙ୍କ ଘର ନିକଟରେ ଶହ ଶହ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ସେମାନଙ୍କ ଦାବି ଏହି ମାମଲାରେ କହ୍ନେୟାଲାଲଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ।

ତେବେ କହ୍ନେୟାଲାଲଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଗେହଲଟ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁଃଖଦ । ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶ ଦୁଖିତ । ସେ କହିଛନ୍ତି ହତ୍ୟାକାରୀଙ୍କ ଅନ୍ତର୍ଜାତୀୟ ଲିଙ୍କ ରହିଛି । ଏହି ମାମାଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ ହେଉ ବୋଲି ସେ ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହେବେ ।

Share