Posted inଜାତୀୟ

ୟୁସିସିରେ ଦିବ୍ୟାଙ୍ଗଙ୍କ ସୁରକ୍ଷା କରୁଥିବା ଆଇନ ସାମିଲ କରିବାକୁ ପ୍ରସ୍ତାବ…

ନୂଆଦିଲ୍ଲୀ,୨୯।୭ : ଦେଶରେ ୟୁସିସି ବିଷୟରେ ଆଲୋଚନା ହେଉଛି। କେତେକ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଏବଂ କେତେକ ଏହାକୁ ସମର୍ଥନ କରୁଛନ୍ତି। ଏଥି ସହିତ ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନେ ଆଇନ ଆୟୋଗକୁ ଅନୁରୋଧ କରିଛନ୍ତି ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ସହ ଜଡିତ ଆଇନ ସହିତ ୟୁସିସିରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ପ୍ରାୟ ୨୨୦ ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତା ପରାମର୍ଶ ଦେଇଥିଲେ। ଆଇନ ଆୟୋଗ ୟୁସିସି ସମ୍ବନ୍ଧରେ ଜନମତ ଲୋଡିଛନ୍ତି, ଯେଉଁଥିରେ ଭିନ୍ନକ୍ଷମ ଅଧିକାର ସଂଗଠନ ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତା ଦିବ୍ୟାଙ୍ଗତା ଦୃଷ୍ଟିରୁ ଆଇନ ଆୟୋଗକୁ ସେମାନଙ୍କର ଚିନ୍ତା ଏବଂ ପରାମର୍ଶ ପ୍ରକାଶ କରିଥିଲେ।

ବିଶିଷ୍ଟ କାର୍ଯ୍ୟକର୍ତ୍ତା, ଆଡଭୋକେଟ ଏବଂ ଦିବ୍ୟାଙ୍ଗଙ୍କ ଦ୍ୱାରା ସମର୍ଥିତ ଏହି ଅନୁରୋଧ ପତ୍ରରେ ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ତଥା ୟୁସିସି ଚୂଡ଼ାନ୍ତ କରିବା ସମୟରେ ସେମାନଙ୍କ ଆବେଦନ ଶୁଣିବାକୁ ସୁନିଶ୍ଚିତ କରାଯାଇଛି। ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ତଥା ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଆଇନ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଦିବ୍ୟାଙ୍ଗଙ୍କ ଅଧିକାର ଆଇନ ୨୦୧୬ ଏବଂ ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ଆଇନ ୨୦୧୭ ଭଳି ଆଇନକୁ ସାମିଲ କରିବାକୁ ଅନୁରୋଧ କରାଯାଇଛି। ଉପଯୁକ୍ତ ବିଚାର ନ କରି ୟୁସିସି କାର୍ଯ୍ୟକାରୀ ହେଲେ ଦିବ୍ୟାଙ୍ଗମାନେ ପ୍ରଭାବିତ ହେବାର ଆଶଙ୍କା ରହିବ ବୋଲି ସେମାନେ ଉଦବେଗ ପ୍ରକାଶ କରିଛନ୍ତି।

ଏହି ପ୍ରସ୍ତାବ ପତ୍ରରେ ଦସ୍ତଖତକାରୀଙ୍କ ମଧ୍ୟରେ ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଜାତୀୟ ଫୋରମର ସାଧାରଣ ସଚିବ ମୁରଲୀଧରନ, ଦିଲ୍ଲୀ ହାଇକୋର୍ଟ ଆଡଭୋକେଟ ରୋମା ଭାଗବତ ଏବଂ ଭିନ୍ନକ୍ଷମ କାର୍ଯ୍ୟକର୍ତ୍ତା ସାଧନା ଆର୍ଯ୍ୟ ପ୍ରମୁଖ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri