Posted inଜାତୀୟ

ୟୁସିସି: ଆବଶ୍ୟକତା ବନାମ ଅସ୍ତ୍ର

ନୂଆଦିଲ୍ଲୀ,୨୯ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଦେଶରେ ସମାନ ଦଓ୍ବୋନୀ ସଂହିତା ବା ଏକକ ନାଗରିକ ସଂହିତା (ୟୁସିସି) ଲାଗୁ କରାଇବା ସପକ୍ଷରେ ମତ ରଖିଥିଲେ। ସାଧାରଣ ନିର୍ବାଚନକୁ ୧୦ ମାସରୁ କମ୍‌ ସମୟ ବାକି ଥିବାବେଳେ ମୋଦିଙ୍କ ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିପାରି ନାହାନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ୨୦୧୯ର ନାଗରିକତ୍ୱ ସଂଶୋଧନ ଆଇନ ଭଳି ୟୁସିସିକୁ ଲୋକ ସଭା ନିର୍ବାଚନ ବେଳେ ଭୋଟ ଧ୍ରୁବୀକରଣ ପାଇଁ ଅସ୍ତ୍ର ରୂପେ ବ୍ୟବହାର କରିବ ବୋଲି ନେତାମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସମ୍ବିଧାନର ଚତୁର୍ଥ ଭାଗରେ ଥିବା ଅନୁଚ୍ଛେଦ ୪୪ରେ ୟୁନିଫର୍ମ ସିଭିଲ୍‌ କୋଡ୍‌ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ସମଗ୍ର ଭାରତ ଭୂଖଣ୍ଡରେ ନାଗରିକମାନଙ୍କ ପାଇଁ ଏକ ୟୁସିସି ଆଣିବାକୁ ରାଷ୍ଟ୍ର ପ୍ରୟାସ କରିବ ବୋଲି ସମ୍ବିଧାନ ପ୍ରଣେତାମାନେ ସ୍ପଷ୍ଟ କରିଛନ୍ତି। ୧୯୮୫ରେ ମହମ୍ମଦ ଅହମ୍ମଦ ଖାନ୍‌ ବନାମ ଶାହ ବାନୋ ବେଗମ୍‌ଙ୍କ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ୟୁସିସି କାର୍ଯ୍ୟକାରୀ କରାଇବା ସପକ୍ଷରେ ରାୟ ଦେଇଥିଲେ। ଛାଡ଼ପତ୍ର ପାଇଥିବା ଶାହ ବାନୋ ନିଜ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିଥିବାବେଳେ ଶୀର୍ଷ ଅଦାଲତ ତର୍ଜମା କରିଥିଲେ ଯେ, ସମ୍ପୃକ୍ତ ମୁସଲମାନ ସ୍ବାମୀଙ୍କ କ୍ଷେତ୍ରରେ ସିଆର୍‌ପିସି ଲାଗୁ ହେବ ନା ମୁସଲିମ୍‌ ପର୍ସନାଲ ଲ। ୧୯୯୫ରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାର ରାୟ ପ୍ରକାଶ ବେଳେ ୟୁସିସି ଲାଗୁ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ରେ ମୋଦି ସରକାରଙ୍କ ଅନୁରୋଧକ୍ରମେ ଲ’ କମିଶନ ପାରିବାରିକ ଆଇନର ସଂସ୍କାର ଉପରେ ୧୮୫ ପୃଷ୍ଠା ସମ୍ବଳିତ କନ୍‌ସଲ୍‌ଟେଶନ୍‌ ପେପର ଦାଖଲ କରିଥିଲେ। ସେତେବେଳେ କମିଶନ ୟୁସିସିକୁ ଅନାବଶ୍ୟକ ଓ ଅବାଞ୍ଛିତ ବୋଲି ଦର୍ଶାଇଥିଲେ। କର୍ନାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ୨୨ତମ ଆଇନ କମିଶନ ଗତ ୧୪ ତାରିଖରେ ୟୁସିସି ଉପରେ ବିଭିନ୍ନ ପକ୍ଷ, ଧର୍ମୀୟ ସଂସ୍ଥା ଓ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବା ପରଠୁ ଏହି ପ୍ରସଙ୍ଗରେ ଶୀତଳଭଣ୍ଡାରରୁ ବାହାରି ଶିରୋନାମା ମଣ୍ଡନ କରୁଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦି ହଠାତ୍‌ ୟୁସିସି ପ୍ରସଙ୍ଗ ଉଠାଇ ରାଜନୀତିରେ ଉଷ୍ମତା ଭରିଦେଇଛନ୍ତି। ବିରୋଧୀଙ୍କ ମତରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଏତେ ତରତର ହେବାର ଯଥାର୍ଥତା ନାହିଁ। ମୋଦି ଚାହିଁଥିଲେ ପୂର୍ବରୁ ମଧ୍ୟ ୟୁସିସି ପ୍ରସଙ୍ଗ ଉଠାଇ ଏହାକୁ ଲାଗୁ କରାଇବା ଦିଗରେ ପଦକ୍ଷେପ ନେଇପାରିଥାନ୍ତେ। ଏହା ଏକ ଜଟିଳ ପ୍ରକ୍ରିୟା। ସମାଜର ସବୁ ବର୍ଗର ଲୋକଙ୍କ ମତାମତ ଲୋଡ଼ା। ବିନା ସହମତିରେ ୟୁସିସି ଆଣିବା ଅସମ୍ଭବ। ଏପରି କି ଏହା ସମୟ ସାପେକ୍ଷ ମଧ୍ୟ। ଏହିସବୁ ଦିଗକୁ ଅଣଦେଖା କରି ହଠାତ୍‌ ୟୁସିସିର ଓକିଲାତି କରିବା ପଛରେ ଭାଜପାର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ ଟାର୍ଗେଟ କରିଛନ୍ତି। ଆଇନ କମିଶନଙ୍କୁ ପ୍ରଭାବିତ କରିବା ପାଇଁ ମୋଦି ଉଦ୍ୟମ କରୁଛନ୍ତି କି ବୋଲି ବିରୋଧୀ ପ୍ରଶ୍ନ କରୁଥିବାବେଳେ ବିପକ୍ଷ ନେତାମାନେ ମୁସଲମାନ ସମ୍ପ୍ରଦାୟକୁ ବିଭ୍ରାନ୍ତ କରି ଉସୁକାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri