Posted inଜାତୀୟ

ୟୁସିସି: ଆବଶ୍ୟକତା ବନାମ ଅସ୍ତ୍ର

ନୂଆଦିଲ୍ଲୀ,୨୯ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଦେଶରେ ସମାନ ଦଓ୍ବୋନୀ ସଂହିତା ବା ଏକକ ନାଗରିକ ସଂହିତା (ୟୁସିସି) ଲାଗୁ କରାଇବା ସପକ୍ଷରେ ମତ ରଖିଥିଲେ। ସାଧାରଣ ନିର୍ବାଚନକୁ ୧୦ ମାସରୁ କମ୍‌ ସମୟ ବାକି ଥିବାବେଳେ ମୋଦିଙ୍କ ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିପାରି ନାହାନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ୨୦୧୯ର ନାଗରିକତ୍ୱ ସଂଶୋଧନ ଆଇନ ଭଳି ୟୁସିସିକୁ ଲୋକ ସଭା ନିର୍ବାଚନ ବେଳେ ଭୋଟ ଧ୍ରୁବୀକରଣ ପାଇଁ ଅସ୍ତ୍ର ରୂପେ ବ୍ୟବହାର କରିବ ବୋଲି ନେତାମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସମ୍ବିଧାନର ଚତୁର୍ଥ ଭାଗରେ ଥିବା ଅନୁଚ୍ଛେଦ ୪୪ରେ ୟୁନିଫର୍ମ ସିଭିଲ୍‌ କୋଡ୍‌ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ସମଗ୍ର ଭାରତ ଭୂଖଣ୍ଡରେ ନାଗରିକମାନଙ୍କ ପାଇଁ ଏକ ୟୁସିସି ଆଣିବାକୁ ରାଷ୍ଟ୍ର ପ୍ରୟାସ କରିବ ବୋଲି ସମ୍ବିଧାନ ପ୍ରଣେତାମାନେ ସ୍ପଷ୍ଟ କରିଛନ୍ତି। ୧୯୮୫ରେ ମହମ୍ମଦ ଅହମ୍ମଦ ଖାନ୍‌ ବନାମ ଶାହ ବାନୋ ବେଗମ୍‌ଙ୍କ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ୟୁସିସି କାର୍ଯ୍ୟକାରୀ କରାଇବା ସପକ୍ଷରେ ରାୟ ଦେଇଥିଲେ। ଛାଡ଼ପତ୍ର ପାଇଥିବା ଶାହ ବାନୋ ନିଜ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିଥିବାବେଳେ ଶୀର୍ଷ ଅଦାଲତ ତର୍ଜମା କରିଥିଲେ ଯେ, ସମ୍ପୃକ୍ତ ମୁସଲମାନ ସ୍ବାମୀଙ୍କ କ୍ଷେତ୍ରରେ ସିଆର୍‌ପିସି ଲାଗୁ ହେବ ନା ମୁସଲିମ୍‌ ପର୍ସନାଲ ଲ। ୧୯୯୫ରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାର ରାୟ ପ୍ରକାଶ ବେଳେ ୟୁସିସି ଲାଗୁ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ରେ ମୋଦି ସରକାରଙ୍କ ଅନୁରୋଧକ୍ରମେ ଲ’ କମିଶନ ପାରିବାରିକ ଆଇନର ସଂସ୍କାର ଉପରେ ୧୮୫ ପୃଷ୍ଠା ସମ୍ବଳିତ କନ୍‌ସଲ୍‌ଟେଶନ୍‌ ପେପର ଦାଖଲ କରିଥିଲେ। ସେତେବେଳେ କମିଶନ ୟୁସିସିକୁ ଅନାବଶ୍ୟକ ଓ ଅବାଞ୍ଛିତ ବୋଲି ଦର୍ଶାଇଥିଲେ। କର୍ନାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ୨୨ତମ ଆଇନ କମିଶନ ଗତ ୧୪ ତାରିଖରେ ୟୁସିସି ଉପରେ ବିଭିନ୍ନ ପକ୍ଷ, ଧର୍ମୀୟ ସଂସ୍ଥା ଓ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବା ପରଠୁ ଏହି ପ୍ରସଙ୍ଗରେ ଶୀତଳଭଣ୍ଡାରରୁ ବାହାରି ଶିରୋନାମା ମଣ୍ଡନ କରୁଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦି ହଠାତ୍‌ ୟୁସିସି ପ୍ରସଙ୍ଗ ଉଠାଇ ରାଜନୀତିରେ ଉଷ୍ମତା ଭରିଦେଇଛନ୍ତି। ବିରୋଧୀଙ୍କ ମତରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଏତେ ତରତର ହେବାର ଯଥାର୍ଥତା ନାହିଁ। ମୋଦି ଚାହିଁଥିଲେ ପୂର୍ବରୁ ମଧ୍ୟ ୟୁସିସି ପ୍ରସଙ୍ଗ ଉଠାଇ ଏହାକୁ ଲାଗୁ କରାଇବା ଦିଗରେ ପଦକ୍ଷେପ ନେଇପାରିଥାନ୍ତେ। ଏହା ଏକ ଜଟିଳ ପ୍ରକ୍ରିୟା। ସମାଜର ସବୁ ବର୍ଗର ଲୋକଙ୍କ ମତାମତ ଲୋଡ଼ା। ବିନା ସହମତିରେ ୟୁସିସି ଆଣିବା ଅସମ୍ଭବ। ଏପରି କି ଏହା ସମୟ ସାପେକ୍ଷ ମଧ୍ୟ। ଏହିସବୁ ଦିଗକୁ ଅଣଦେଖା କରି ହଠାତ୍‌ ୟୁସିସିର ଓକିଲାତି କରିବା ପଛରେ ଭାଜପାର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ ଟାର୍ଗେଟ କରିଛନ୍ତି। ଆଇନ କମିଶନଙ୍କୁ ପ୍ରଭାବିତ କରିବା ପାଇଁ ମୋଦି ଉଦ୍ୟମ କରୁଛନ୍ତି କି ବୋଲି ବିରୋଧୀ ପ୍ରଶ୍ନ କରୁଥିବାବେଳେ ବିପକ୍ଷ ନେତାମାନେ ମୁସଲମାନ ସମ୍ପ୍ରଦାୟକୁ ବିଭ୍ରାନ୍ତ କରି ଉସୁକାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri