ବିଭାଗୀୟ ଅଧିକାରୀଙ୍କୁ ‘ୟୁସି’ ଡର

ଭୁବନେଶ୍ୱର,୬ା୬(ରବିନାରାୟଣ ଜେନା): ରାଜ୍ୟରେ ଆର୍ଥିକ ଶୃଙ୍ଖଳା କିଭଳି ନିୟନ୍ତ୍ରଣରେ ରହିବ ଓ ବିଭାଗଗୁଡ଼ିକ ସରକାରୀ ଯୋଜନା ଅନୁଯାୟୀ ଅର୍ଥ ଖର୍ଚ୍ଚ କରିବେ, ତାହାକୁ ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ବୈଠକ ବସୁଛି। ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ତଥା ଅର୍ଥନୈତିକ ପରାମର୍ଶଦାତାମାନେ ଠିକ୍‌ ଭାବେ ସରକାରୀ ନିୟମାବଳୀ ଅନୁପାଳନ କରୁ ନ ଥିବାରୁ ଅସଙ୍ଗତି ଦେଖାଦେଉଛି। ଅଭିଯୋଗ ହୋଇଥାଏ ବହୁ ସମୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଲାଗି ଥିବା ଅର୍ଥକୁ ଭିନ୍ନ ଦିଗରେ ଖର୍ଚ୍ଚ କରି ଦିଆଯାଉଥିବାରୁ ଠିକଣା ସମୟ ବେଳକୁ ସେମାନେ ବିନିଯୋଗ ପ୍ରମାଣପତ୍ର (ୟୁଟିଲାଇଜେଶନ ସାର୍ଟିଫିକେଟ ବା ୟୁସି) ଦେଇପାରୁ ନାହାନ୍ତି। ସ୍ଥିତି ଏଭଳି ହୋଇଛି ଯେ, ସରକାରଙ୍କ ବଜେଟର ପ୍ରାୟ ଏକଚତୁର୍ଥାଂଶ ଅର୍ଥର ବିନିଯୋଗ ପ୍ରମାଣପତ୍ର ଏବେ ବିଭିନ୍ନ ବିଭାଗ ଉପରେ ଗଡୁଛି। ଏହାକୁ ନେଇ ପ୍ରମୁଖ ମହାଲେଖାକାର (ପିଏଜି) ବାରମ୍ବାର ଅର୍ଥ ବିଭାଗକୁ ପତ୍ର ଲେଖୁଥିବାବେଳେ ଅର୍ଥ ବିଭାଗ ନାଚାର ଭଳି ପ୍ରତୀୟମାନ ହେଉଛି ।
ଏଭଳି ପ୍ରଚ୍ଛଦପଟରେ ସରକାରଙ୍କ ପକ୍ଷରୁ ଶୁକ୍ରବାର ‘ଏଣ୍ଟ୍ରି କନ୍‌ଫରେନ୍ସ’ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷ-୩ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପିଏଜିଙ୍କ ସହିତ ସଂପୃକ୍ତ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପିଏଜିଙ୍କ ପକ୍ଷରୁ ପ୍ରଦତ୍ତ ବିନିଯୋଗ ପ୍ରମାଣପତ୍ର ବିବରଣୀ ଉପସ୍ଥାପନ କରାଯିବା ସହିତ ଗତ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ଖର୍ଚ୍ଚ ଉପରେ ସମୀକ୍ଷା କରାଯିବ। ଏସବୁ ଜାଣିବା ପରେ କେତେକ ବିଭାଗୀୟ ଅର୍ଥ ପରାମର୍ଶଦାତାଙ୍କ ନିଦ ହଜିଯାଇଛି। ୧୦ଟି ବିଭାଗ ଉପରେ ପ୍ରାୟ ୩୮ହଜାର କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଗଡୁଥିବାବେଳେ ଅବଶିଷ୍ଟ ବିଭାଗ ଉପରେ ୫ହଜାର କୋଟି ଟଙ୍କାର ୟୁସି ବାକି ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ପଞ୍ଚାୟତିରାଜ ବିଭାଗ ଉପରେ ସର୍ବାଧିକ ୧୦,୨୯୪.୮୦କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ବାକି ରହିଥିବାବେଳେ ନଗର ଉନ୍ନୟନ ବିଭାଗ ଉପରେ ୯,୩୮୧.୧୪କୋଟି ଟଙ୍କାର ୟୁସି ବକେୟା ପଡ଼ିଛି। ସେହିପରି ଯୋଜନା ଓ ସଂଯୋଜନା ବିଭାଗ ଉପରେ ୩,୩୦୦କୋଟି, ସ୍ବାସ୍ଥ୍ୟ ବିଭାଗ ଉପରେ ୩,୨୩୨.୯୮କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୩,୦୦୩ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପରେ ୨,୩୦୯.୭୬ କୋଟି, ମିଶନଶକ୍ତି ବିଭାଗ ଉପରେ ୨,୧୧୩.୪୩ କୋଟି, ଉଚ୍ଚଶିକ୍ଷା ଉପରେ ୧,୯୧୧କୋଟି, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଉପରେ ୧୨୧୮.୪୨କୋଟି ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉପରେ ୧୧୬୬.୫୭କୋଟି ଟଙ୍କାର ୟୁସି ବାକି ରହିଛି। ଏହାବାଦ୍‌ ଶିଳ୍ପ ବିଭାଗ ଉପରେ ୮୪୯ କୋଟି, ଆଇନ ବିଭାଗ ଉପରେ ୬୯୪.୧୩କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉପରେ ୫୩୩ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ୫୨୧କୋଟି, କୃଷି ବିଭାଗ ଉପରେ ୩୮୪.୯୦କୋଟି, ବିଜ୍ଞାନ ଓ କାରିଗରି ଉପରେ ୩୭୯କୋଟି, ସମବାୟ ଉପରେ ୨୯୭ କୋଟି, ଏମ୍‌ଏସ୍‌ଏମ୍‌ଇ ଉପରେ ୨୫୫କୋଟି, ଶକ୍ତି ବିଭାଗ ଉପରେ ୨୨୩.୫୦କୋଟି, ପରିବହନ ଉପରେ ୧୯୪କୋଟି, ଗ୍ରାମ୍ୟ ଉନ୍ନୟନ ଉପରେ ୧୬୩କୋଟି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପରେ ୧୬୦କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ବକେୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri