Categories: ଜାତୀୟ

ଶିନ୍ଦେ ଅବୈଧ ମୁଖ୍ୟମନ୍ତ୍ରୀ, ତାଙ୍କୁ ପଦରୁ ହଟାଇବ ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୭: ଉଦ୍ଧବ ବାଲାସାହେବ ଠାକରେ ଶିବସେନାର ରାଜ୍ୟ ସଭା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଭାଜପା କେବଳ ଶିନ୍ଦେଙ୍କୁ ବ୍ୟବହାର କରିଛି ଏବଂ ଆଗାମୀ ଦିନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବ।

ଏଥି ସହ ଏମ୍‌ପି ମଣିପୁର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସଂସଦ ଭିତରକୁ ଆସି ରାଜ୍ୟରେ ହିଂସା ଘଟଣାର ଉତ୍ତର ଦିଅନ୍ତୁ। ସେ କହିଛନ୍ତି, ଦେଶରେ ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ଦିନଠାରୁ ସରକାର ଏବଂ ଭାଜପା ମଧ୍ୟରେ ତିକ୍ତତା ଲାଗି ରହିଛି।

ପ୍ରିୟଙ୍କା କହିଛନ୍ତି, ଆମେ ଚାହୁଁଛୁ ସରକାର ସଂସଦରେ ମଣିପୁରରେ ହୋଇଥିବା ହିଂସା ଉପରେ ଆଲୋଚନା କରନ୍ତୁ ଏବଂ ରାଜ୍ୟରେ ହିଂସାକୁ ରୋକିବା ପାଇଁ ସେମାନେ କ’ଣ ପଦକ୍ଷେପ ନେଇଛନ୍ତି ତାହା କୁହନ୍ତୁ। ଏହି ସମୟରେ ସେ ନିଜ ଗୃହରାଜ୍ୟର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏକନାଥ ଶିନ୍ଦେ ଜଣେ ଅବୈଧ ମୁଖ୍ୟମନ୍ତ୍ରୀ।

Share