Categories: ଫୁରସତ

ଖାଲି ଲୋକ ନୁହେଁ, ଘରେ ମଦ ବି ପହଞ୍ଚାଇବ ‘ଉବର’

ଅନ୍‌ଲାଇନ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଉବର ବର୍ତ୍ତମାନ ଲୋକଙ୍କ ଘରେ ନେଇ ମଦ ପହଞ୍ଚାଇବ। ଏହି କମ୍ପାନୀ ୧.୧ ବିଲିୟନ ଡଲାରରେ ସ୍ଥାନୀୟ ମଦ ଦୋକାନରୁ ମଦ ନେଇ ଲୋକଙ୍କ ଘରେ ପହଞ୍ଚାଇବ। ଏହି ସୁବିଧା ଭାରତରେ ନୁହେଁ, ଆମେରିକାରେ ଉପଲବ୍ଧ ହେବ। ଏଥିନିମନ୍ତେ କମ୍ପାନୀ ଷ୍ଟୋରଫ୍ରଣ୍ଟ ଡ୍ରାଜଲି ଅଧିଗହଣ ପାଇଁ ପ୍ରସ୍ତୁତି କରୁଛି।

ଏକ ରିପୋର୍ଟ ଅନୁଯାୟୀ, ଡ୍ରାଜଲିକୁ ଉବର ଇଟ୍‌ସ ଆପ୍‌ରେ ଯୋଡ଼ାଯିବ। ଯେଉଁଥିରେ ଯେ କୌଣସି ଲୋକ ମଦ ଅର୍ଡର କରିପାରିବେ। ଏହି ପ୍ଲାଟ୍‌ଫର୍ମ ଖାଦ୍ୟ ଏବଂ ପାନୀୟ ଦୁଇଟି ଯାକ ଡେଲିଭରି କରିବା ପାଇଁ ‘ଓ୍ବାନ୍‌ ଷ୍ଟପ୍‌ ଶପ୍‌’ ରୂପରେ କାର୍ଯ୍ୟ କରିବ।

ଆମେରିକାର ଉବର କ୍ରମାଗତ ଭାବେ କ୍ଷତି ସହି ଆସୁଛି। ତେଣୁ ଏହି ନୂତନ ବ୍ୟବସାୟ ମାଧ୍ୟମରେ କମ୍ପାନୀର ସିଇଓ ଦାରା ଖୋସ୍ତ୍ରୋଶାହି ଲାଭବାନ ହେବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ଉବର ଯୋଗାଇବା ପରେ ସେମାନଙ୍କ ଜୀବନକୁ ଆଉ ଟିକିଏ ସହଜ କରିବା ପାଇଁ ଆମର ଏ ପ୍ରୟାସ ବୋଲି ସିଇଓ କୁହନ୍ତି।

Share