ଭୁବନେଶ୍ୱର,୧୬।୯: ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ୍ (ୟୁଏଆଇଏଲ୍)ର ପ୍ରୋଜେକ୍ଟ ‘କୁଶଳୀ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମେସର୍ସ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହଯୋଗରେ ଉକ୍ତ ପ୍ରକଳ୍ପ ଆରମ୍ଭ ହୋଇଛି। ବିଶେଷକରି ଗ୍ରାମାଞ୍ଚଳରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୨ ଏପ୍ରିଲ ୧୩ରେ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମ ଏବଂ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଆରମ୍ଭ ହୋଇଥିବା ଉକ୍ତ ପ୍ରକଳ୍ପ ବେଶ୍ ପ୍ରଭାବଶାଳୀ ହୋଇପାରିଛି। ଏପରିକି ଏ ପର୍ଯ୍ୟନ୍ତ ୧୫୦ ଯୁବକ ଏହାଦ୍ୱାରା ଉପକୃତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପ୍ରତି ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି। ଏ ସମ୍ପର୍କରେ ଉତ୍କଳ ଆଲୁମିନାର ୟୁନିଟ୍ ହେଡ୍ ଆଣ୍ଡ ପ୍ରେସିଡେଣ୍ଟ ମଜହର ବେଗ୍ କହିଛନ୍ତି, ଏହା ଜରିଆରେ ଆମେ କେବଳ ଅତ୍ୟାବଶ୍ୟକ ଡ୍ରାଇଭିଂ କୁଶଳତା ଯୋଗାଇ ଦେଉନାହୁଁ, ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆମତ୍ନିର୍ଭରଶୀଳତା ଏବଂ ଆମତ୍ବିଶ୍ୱାସ ଭାବ ଅନ୍ତର୍ନିବିଷ୍ଟ କରିପାରିଛୁ। ସେମାନଙ୍କର ସଫଳତା ଉକ୍ତ କାର୍ଯ୍ୟକ୍ରମର ପ୍ରଭାବ ଏବଂ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହାର ସାମର୍ଥ୍ୟର ନିଦର୍ଶନ ହୋଇଛି। ଉଭୟ ଲିଖିତ ଜ୍ଞାନ ଏବଂ ବ୍ୟବହାରିକ ଅନୁଭୂତି ଉପରେ ଦୃଷ୍ଟିନିବଦ୍ଧକରି ଏହି ଏକ ମାସ ଅବଧିର ତାଲିମ କାର୍ଯ୍ୟକ୍ରମ ଏହା ସୁନିଶ୍ଚିିତ କରୁଛି ଯେ ଅଂଶଗ୍ରହଣକାରୀମାନେ ନିରାପଦ ଗାଡ଼ି ଚାଳନା କୌଶଳ ଶିକ୍ଷା ଲାଭ କରୁଛନ୍ତି। ଏହି ପାଠ୍ୟକ୍ରମରେ ମାୈଳିକ କାର୍ ନିୟନ୍ତ୍ରଣ କୁଶଳତା, ଗାଡ଼ି ଚାଳନା କୌଶଳ ଏବଂ ଟ୍ରାଫିକ ନିୟମ ଓ ନିୟାମକ ବ୍ୟବସ୍ଥା ସମ୍ପର୍କରେ ଗଭୀର ଭାବେ ବୁଝିବା ବିଷୟ ଆଦି ରହିଛି। ଏହି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ କରିବା ପରେ ଅଂଶଗ୍ରହଣକାରୀଙ୍କୁ ଗାଡ଼ି ଚାଳନା ଲାଇସେନ୍ସ ପ୍ରଦାନ କରାଯାଉଛି।
ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…
ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…
ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…
ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…
ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…
ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ
କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…
ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…
ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…
Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…
ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…
୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ
ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍ର ଟାର୍ଗେଟ୍କୁ ଟିମ୍ ସିଫର୍ଟ…
ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ
ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…
Archives

