ୟୁଏଆଇଏଲ୍‌ର ପ୍ରୋଜେକ୍ଟ ‘କୁଶଳୀ’

ଭୁବନେଶ୍ୱର,୧୬।୯: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ (ୟୁଏଆଇଏଲ୍‌)ର ପ୍ରୋଜେକ୍ଟ ‘କୁଶଳୀ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମେସର୍ସ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହଯୋଗରେ ଉକ୍ତ ପ୍ରକଳ୍ପ ଆରମ୍ଭ ହୋଇଛି। ବିଶେଷକରି ଗ୍ରାମାଞ୍ଚଳରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୨ ଏପ୍ରିଲ ୧୩ରେ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମ ଏବଂ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଆରମ୍ଭ ହୋଇଥିବା ଉକ୍ତ ପ୍ରକଳ୍ପ ବେଶ୍‌ ପ୍ରଭାବଶାଳୀ ହୋଇପାରିଛି। ଏପରିକି ଏ ପର୍ଯ୍ୟନ୍ତ ୧୫୦ ଯୁବକ ଏହାଦ୍ୱାରା ଉପକୃତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପ୍ରତି ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି। ଏ ସମ୍ପର୍କରେ ଉତ୍କଳ ଆଲୁମିନାର ୟୁନିଟ୍‌ ହେଡ୍‌ ଆଣ୍ଡ ପ୍ରେସିଡେଣ୍ଟ ମଜହର ବେଗ୍‌ କହିଛନ୍ତି, ଏହା ଜରିଆରେ ଆମେ କେବଳ ଅତ୍ୟାବଶ୍ୟକ ଡ୍ରାଇଭିଂ କୁଶଳତା ଯୋଗାଇ ଦେଉନାହୁଁ, ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆମତ୍ନିର୍ଭରଶୀଳତା ଏବଂ ଆମତ୍ବିଶ୍ୱାସ ଭାବ ଅନ୍ତର୍ନିବିଷ୍ଟ କରିପାରିଛୁ। ସେମାନଙ୍କର ସଫଳତା ଉକ୍ତ କାର୍ଯ୍ୟକ୍ରମର ପ୍ରଭାବ ଏବଂ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହାର ସାମର୍ଥ୍ୟର ନିଦର୍ଶନ ହୋଇଛି। ଉଭୟ ଲିଖିତ ଜ୍ଞାନ ଏବଂ ବ୍ୟବହାରିକ ଅନୁଭୂତି ଉପରେ ଦୃଷ୍ଟିନିବଦ୍ଧକରି ଏହି ଏକ ମାସ ଅବଧିର ତାଲିମ କାର୍ଯ୍ୟକ୍ରମ ଏହା ସୁନିଶ୍ଚିିତ କରୁଛି ଯେ ଅଂଶଗ୍ରହଣକାରୀମାନେ ନିରାପଦ ଗାଡ଼ି ଚାଳନା କୌଶଳ ଶିକ୍ଷା ଲାଭ କରୁଛନ୍ତି। ଏହି ପାଠ୍ୟକ୍ରମରେ ମାୈଳିକ କାର୍‌ ନିୟନ୍ତ୍ରଣ କୁଶଳତା, ଗାଡ଼ି ଚାଳନା କୌଶଳ ଏବଂ ଟ୍ରାଫିକ ନିୟମ ଓ ନିୟାମକ ବ୍ୟବସ୍ଥା ସମ୍ପର୍କରେ ଗଭୀର ଭାବେ ବୁଝିବା ବିଷୟ ଆଦି ରହିଛି। ଏହି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ କରିବା ପରେ ଅଂଶଗ୍ରହଣକାରୀଙ୍କୁ ଗାଡ଼ି ଚାଳନା ଲାଇସେନ୍ସ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri