ପାକିସ୍ତାନ ସମେତ ୧୨ ଦେଶକୁ ୟୁଏଇ ଭିଜା ମନା

ଇସଲାମାବାଦ୍‌,୧୯।୧୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ୟୁଏଇ ପକ୍ଷରୁ ସାମୟିକ ଭାବେ ଏହାର ଭିଜା ଉପରେ କଟକଣା ଲଗାଯାଇଛି। ପାକିସ୍ତାନ ସମେତ ୧୨ ଦେଶକୁ ଭିଜା ମନା କରାଯାଇଛି। ଏନେଇ ପାକିସ୍ତାନର ବିଦେଶ କାର୍ଯ୍ୟାଳୟ ମୁଖପାତ୍ର ଜାହିଦ୍‌ ହାଫିଜ୍‌ ଚୌଧୁରୀ ସୂଚନା ଦେଇଛନ୍ତି। ସେହିପରି ତୁର୍କୀ, ଇରାନ୍‌, ୟେମେନ୍‌, ସିରିଆ, ଇରାକ୍‌, ଲିବିୟା, କେନିଆ, ଆଫଗାନିସ୍ତାନ ଆଦି ଦେଶର ନାଗରିକଙ୍କୁ ୟୁଏଇ ଭିଜା କିଛି ଦିନ ପାଇଁ ବନ୍ଦ କରାଯାଇଛି। ସ୍ଥିତିରେ ସୁଧାର ଆସିଲେ ପୁଣି ଏହି କଟକଣା ହଟାଇ ଦିଆଯିବ ବୋଲି ୟୁଏଇ ପକ୍ଷରୁ କୁହାଯାଇଛି।

Share