ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କ ପାଇଁ ୫୩ଟନ ରିଲିଫ ସହାୟତା ପଠାଇଲା ୟୁଏଇ

କାବୁଲ,୧୫।୧୦: ୟୁଏଇ ଉତ୍ତର-ପଶ୍ଚିମ ହେରାତର ଭୂକମ୍ପ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟର ହାତ ବଢାଇଛି। ଭୂକମ୍ପରେ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସାହାଯ୍ୟ କରିବା ପାଇଁ ଦୁଇଟି ବିମାନରେ ୫୩ ଟନ ରିଲିଫ ସହାୟତା ପଠାଇଛି। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କ ନିର୍ଦ୍ଦେଶରେ ଭୂକମ୍ପ ପ୍ରଭାବିତ ଆଫଗାନିସ୍ତାନୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ୟୁଏଇ ଦ୍ୱାରା ପଠାଯାଇଥିବା ରିଲିଫରେ ଖାଦ୍ୟ ପାର୍ସଲ ଏବଂ ୫୦୦ ତମ୍ବୁ ରହିଛି। ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପ ପ୍ରଭାବିତ ହଜାର ହଜାର ଲୋକ ବିଶେଷ କରି ଶିଶୁ, ମହିଳା, ବୃଦ୍ଧ ଏବଂ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୟୁଏଇର ଏହି ସହାୟତା ପଠାଇଛି।
ବିକାଶ ତଥା ଅନ୍ତର୍ଜାତୀୟ ସଂଗଠନର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଲତାନ ଅଲ ଶାମସି କହିଛନ୍ତ, ଏପର୍ଯ୍ୟନ୍ତ ୫ଟି ବିମାନରେ ୧୪୦ଟନ ସାମଗ୍ରୀ ପରିବହନ କରୁଥିବା ପାଞ୍ଚଟି ବିମାନ ଆଫଗାନିସ୍ତାନକୁ ପଠାଯାଇଛି, ଯାହା ଦର୍ଶାଇଛି ଯେ ୫ଦିନ ଧରି ଆଫଗାନିସ୍ତାନର ମୌଳିକ ଆବଶ୍ୟକତା ପୂରଣ ପାଇଁ ୟୁଏଇ ସହାୟତା ଜାରି ରଖିଛି।

ସୂଚନାଯୋଗ୍ୟ, ଆଫଗାନିସ୍ତାନର ହେରାତ ପ୍ରଦେଶରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଚାରି ହଜାର ଅତିକ୍ରମ କରିଛି। ତେବେ ତାଲିବାନ ସରକାର ଏପର୍ଯ୍ୟନ୍ତ ଭୂକମ୍ପର ସରକାରୀ ମୃତାହତ ସୂଚନା ଜାରି କରିନାହିଁ।

Share