ଆମେରିକାର ଚେତାବନୀ, ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ଯେ କୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଛି।ବିପଜ୍ଜନକ ପରିସ୍ଥିତି ସତ୍ତ୍ୱେ ୱାଶିଂଟନ ମସ୍କୋ ସହିତ କୂଟନୈତିକ ଦ୍ୱାର ଖୋଲା ରଖିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଓ୍ବରୋଓ୍ବଙ୍କ ସହ କଥା ହୋଇଛନ୍ତି ।

ଦୁଇ ନେତା ଚଳିତ ସପ୍ତାହରେ ଜେନେଭାରେ ସାକ୍ଷାତ କରିବାକୁ ରାଜି ହୋଇଛନ୍ତି। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଏନେଇ ଦାୟୀ କରିଛନ୍ତି। ୟୁକ୍ରେନ ସୀମାରେ ୧୦,୦୦୦ ରୁଷିଆ ସୈନ୍ୟ ମୁତୟନ କରିବା ଦ୍ୱାରା ଏହି ସଙ୍କଟ ସୃଷ୍ଟି ହୋଇଛି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଆମେ ବିଶ୍ୱାସ କରୁ ଏହା ଏକ ବିପଜ୍ଜନକ ପରିସ୍ଥିତି। ସାକି ଆମେରିକାର ଆଭିମୁଖ୍ୟକୁ ଦୋହରାଇଛନ୍ତି ଯେ ଯଦି କୂଟନୈତିକ ମାର୍ଗ ଅନୁସରଣ ନ କରିବାକୁ ରୁଷିଆ ନିଷ୍ପତ୍ତି ନେବ ତେବେ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା lସେ କହିଛନ୍ତି। ବ୍ଲିଙ୍କେନ ପ୍ରଥମେ ୟୁକ୍ରେନ ଗସ୍ତ କରିବେ।

ସେ ୟୁକ୍ରେନର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଆମେରିକାର ସମର୍ଥନ ଉପରେ ଗୁରୁତ୍ୱାରୋପ କରିବାକୁ ଯୋଜନା କରିଥିବା ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଦେଇଛନ୍ତି।

ତା’ପରେ ସେ ଜର୍ମାନୀ ଗସ୍ତ କରିବେ। ଶୁକ୍ରବାର ଦିନ ସେ ଜେନେଭାରେ ସର୍ଗେଇ ଲାଓ୍ବରୋଓ୍ବଙ୍କୁ ଭେଟିବେ। ବରିଷ୍ଠ ଅଧିକାରୀ କହିଛନ୍ତି, ଆମେରିକା ବିବାଦ ଚାହୁଁନାହିଁ। ରାଷ୍ଟ୍ରପତି ପୁଟିନଙ୍କର ଏହି ସଙ୍କଟକୁ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ଶକ୍ତି ଅଛି ଯାହାଦ୍ୱାରା ଆମେରିକା ଏବଂ ରୁଷିଆ ମଧ୍ୟ ସମ୍ପର୍କ ବୃଦ୍ଧି ପାଇପାରିବ।

Share