୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ ବୋଲି ମନେ କରିଥାନ୍ତି। ତେବେ ପୃଥିବୀ ଭଳି ଜୀବନ୍ତ ଗ୍ରହର ଉପସ୍ଥିତିକୁ ମହାକାଶ ବିଜ୍ଞାନୀମାନେ ସର୍ବଦା ସତ୍ୟ ବୋଲି କହି ଆସିଛନ୍ତି। ଏବେ ଏଲିଅନ୍‌ ସମ୍ପର୍କିତ ଏକ ଖବର ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ପ୍ରକାଶିତ ଏକ ଖବର ଅନୁସାରେ ଆମେରିକା ସୈନ୍ୟ ବାହିନୀ ଏଲିଅନ୍‌କୁ ଗୁଳିମାଡ଼ କରିଥିଲେ। ଏବେ ଏହି ଘଟଣାର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ୪୨ ବର୍ଷ ତଳେ ୧୯୭୮ରେ ଏଭଳି ହୋଇଥିବା କୁହାଯାଉଛି। ଆମେରିକା ମିଲିଟାରି ବେସ୍‌ ପାଖରେ ଏଲିଅନ୍‌ ବୁଲୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଆମେରିକାର ଜଣେ ପୂର୍ବତନ ବାୟୁସେନା ଅଧିକାରୀ ଏସମ୍ପର୍କରେ ଦାବି କରିଛନ୍ତି। ଗୁଳିମାଡ଼ରେ ଏଲିଅନ୍‌ର ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ପୁରସ୍କାର ପ୍ରାପ୍ତ ଏକ ଅନୁସନ୍ଧାନ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିବା ସେ କହିଛନ୍ତି। ପତ୍ରିକାର ଜଣେ ପ୍ରତିନିଧି ବାୟୁସେନା ଅଧିକାରୀଙ୍କ ସାକ୍ଷାତ୍‌କାର ନେଇଥିଲେ। ସାକ୍ଷାତ୍‌କାରରେ ବାୟୁସେନା ଅଧିକାରୀ ଏନେଇ ତଥ୍ୟ ପ୍ରଦାନ କରିଥିଲେ। ଏହି ବାୟୁସେନା ଅଧିକାରୀଙ୍କ ନାମ ମେଜର ଜର୍ଜ ଫେଲର। ସେ ଜନ୍‌ ଏଲ୍‌. ଗୁଏରାଙ୍କୁ ସାକ୍ଷାତ୍‌କାର ଦେଇଥିଲେ। ୧୯୭୮ ଜାନୁୟାରୀ ୧୮ରେ ଫେଲର ଏକ ଇଣ୍ଟେଲଜେନ୍ସ ବାର୍ତ୍ତା ପ୍ରସ୍ତୁତ କରୁଥିବା ସମୟରେ ଏହା ଘଟିଥିଲା। ଏନେଇ ତାଙ୍କୁ ଜଣେ ବରିଷ୍ଠ ମେଜର ସର୍ଜେଣ୍ଟ୍‌ ସୂଚନା ଦେଇଥିଲେ। ବାୟୁସେନା ରନ୍‌ ଓ୍ବେ ନିକଟରେ ଗ୍ରେ-ବ୍ରାଉନ୍‌ ରଙ୍ଗର ଏଲିଅନ୍‌କୁ ଗୁଳିମାଡ଼ ହୋଇଥିବା ସେ କହିଥିଲେ। ଗୁଳିମାଡ଼ ପରେ ଏଲିଅନ୍‌ ଆସିଥିବା ମହାକାଶ ଯାନ ପ୍ରବଳ ବେଗରେ ସେହି ଅଞ୍ଚଳରେ ଉଡ଼ି ବୁଲିଥିଲା। ଏହାପରେ ଏଲିଅନ୍‌ର ମୃତଦେହକୁ ଓହାୟୋସ୍ଥିତ ରାିଟ୍‌ ପିଟରସନ୍‌ ବାୟୁସେନା ବେସ୍‌କୁ ଅଣାଯାଇଥିଲା। ଫିଲର ଏହି ଘଟଣାକୁ ରେକର୍ଡ କରିବାକୁ ଚାହିଁଥିଲେ। ତେବେ ସରକାରଙ୍କ ପକ୍ଷରୁ ବାରଣ କରାଯାଇଥିଲା। ଏବେ ଫିଲରଙ୍କ ଏହି ସାକ୍ଷାତ୍‌କାର ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri