ପେଗାସସ୍‌କୁ ବ୍ଲାକ୍‌ ଲିଷ୍ଟରେ ରଖିଲା ଆମେରିକା

ଓ୍ବାଶିଂଟନ୍‌,୩ା୧୧: ବିଶ୍ୱବ୍ୟାପୀ ଝଡ଼ ସୃଷ୍ଟି କରିଥିବା ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକର୍ତ୍ତା ଏନ୍‌ଏସ୍‌ଓ ଗ୍ରୁପ୍‌କୁ ବୁଧବାର ଆମେରିକା କଳା ତାଲିକାଭୁକ୍ତ କରିଛି। ଗତ ଜୁଲାଇ ୧୮ରେ ପେଗାସସ୍‌ ଗୁପ୍ତଚରଗିରି ସାମ୍ନାକୁ ଆସିଥିଲା। ଭାରତ ଓ ଆମେରିକା ସମେତ ବିଭିନ୍ନ ଦେଶର ଖବରଦାତା, ଆକ୍ଟିଭିଷ୍ଟ, ବିଚାରପତି, ମାନବାଧିକାର କର୍ମୀ, ରାଜନେତାଙ୍କ ଗୁପ୍ତଚରଗିରି ପାଇଁ ଲଗାଯାଇଥିବା ନେଇ ନ୍ୟୁଜ୍‌ ଆଉଟ୍‌ଲେଟଗୁଡ଼ିକ ପକ୍ଷରୁ ବିଶ୍ୱବ୍ୟାପୀ ରିପୋର୍ଟ କରାଯାଇଥିଲା। ଆମେରିକା ବାଣିଜ୍ୟ ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏଭଳି ଉପକରଣଗୁଡ଼ିକ ବିଦେଶୀ ସରକାରଙ୍କ ପାଇଁଁ ବିରୋଧୀଙ୍କ ମୁହଁ ବନ୍ଦ ଲାଗି ଦମନର ଅସ୍ତ୍ର ପାଲଟିଛି। ତେବେ ଏନ୍‌ଏସ୍‌ଓ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share