ଆମେରିକା କଲା ମହାବିନାଶକ ହାଇପରସୋନିକ୍‌ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା, ଚାଇନା-ରୁଷିଆର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ, ୬।୪ : ଆମେରିକା ଗତ ମାସରେ ମହାବିନାଶକ ହାଇପରସୋନିକ୍‌ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା କରିଛି। ଏହାକୁ ଆମେରିକା କମ୍ପାନୀ ଲୋକହିଡ୍‌ ମାର୍ଟିନ୍‌ ପକ୍ଷରୁ ବିକଶିତ କରାଯାଇଛି। ଏହାକୁ ହାଇପରସୋନିକ୍‌ ଏୟାର ବ୍ରେଦିଙ୍ଗ ଓ୍ବିପନ କନସେପ୍ଟ ଭାବେ ନାମିତ କରାଯାଇଛି।

ଏହାକୁ ଆଣବିକ ବମର ବି-୫୨ ଏଚ୍‌ ଦ୍ୱାରା ଦେଶର ପଶ୍ଚିମ ତଟରେ ପରୀକ୍ଷା କରାଯାଇଛି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଆମେରିକା ଏହି ପରୀକ୍ଷାକୁ ଗୁପ୍ତ ରଖିଥିଲା। ଏହାକୁ ଭୂପୃଷ୍ଠରୁ ୬୫ ହଜାର ଫୁଟରୁ ଅଧିକ ଉଚ୍ଚତାରେ ପରୀକ୍ଷା କରାଯାଇଛି।

କ୍ଷେପଣାସ୍ତ୍ରଟି ୫୦୦ କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିବାକୁ ସକ୍ଷମ ହୋଇଛି। ଆମେରିକା ପାଖରେ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନଥିଲା। ତେଣୁ ଚାଇନା ଏବଂ ରୁଷିଆ ସମ୍ମୁଖରେ ଆମେରିକା ପଛୁଆ ରହୁଥିଲା। ମାତ୍ର ଏବେ ଏହି ମହାବିନାଶକ କ୍ଷେପଣାସ୍ତ୍ର ଦ୍ୱାରା ଆମେରିକାର ସାମରିକ କ୍ଷମତା ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share