Categories: ଜାତୀୟ

ନୂଆଦିଲ୍ଲୀ ଗସ୍ତରେ ଆମେରିକା ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୩୧ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ବୁଧବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତକରି ଶୀର୍ଷ ନେତୃବୃନ୍ଦଙ୍କ ସହ ୟୁକ୍ରେନ୍‌ ଆକ୍ରମଣ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆର୍ଥତ୍କ ଅଭିବୃଦ୍ଧି ମଧ୍ୟ ଆଲୋଚନାର ଏଜେଣ୍ଡାରେ ରହିଥିବା ହ୍ବାଇଟ ହାଉସ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ ସମାନ ସମୟରେ ଚାଇନା ଗସ୍ତ ଶେଷ କରି ନୂଆଦିଲ୍ଲୀ ଆସୁଥିବାରୁ ଆମେରିକା ଡେପୁଟି ଏନ୍‌ଏସ୍‌ଏଙ୍କ ଗସ୍ତକୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି। ଏପ୍ରିଲ ୧୧ରେ ନୂଆଦିଲ୍ଲୀ-ଓ୍ବାଶିଂଟନ୍‌ ମଧ୍ୟରେ ୨+୨ ଆଲୋଚନା ହେବାକୁ ଥିବାବେଳେ ସେଥିରେ ୟୁକ୍ରେନ୍‌ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି।

Share