Posted inଖେଳ

ବକ୍ସିଂ ରିଙ୍ଗ୍‌କୁ ଫେରିବେ ଟାଇସନ

ନୂଆଦିଲ୍ଲୀ, ୨୪।୭-ବିଶ୍ୱ ବକ୍ସିଂ ଇତିହାସରେ ସର୍ବକନିଷ୍ଠ ହେଭିଓ୍ବେଟ ଚାମ୍ପିୟନ ହେଉଛନ୍ତି ଆମେରିକାର ମାଇକ୍‌ ଟାଇସନ। ୧୯୮୬ରେ ମାତ୍ର ୨୦ ବର୍ଷ ବୟସରେ ସେ ଏହି ଟାଇଟଲ ଜିତିଥିଲେ। ନିଜ ସମୟରେ ସବୁଠାରୁ ଭୀତିପ୍ରଦ ଫାଇଟରଭାବେ ପରିଚିତ ହେଉଥିବା ଟାଇସନଙ୍କ କ୍ୟାରିୟର ବିବାଦରେ ମଧ୍ୟ ଭରପୂର ଥିଲା। ଏକ ସମୟରେ ସେ ବକ୍ସିଂ ଜଗତରେ ସବୁଠାରୁ ଖରାପ ବ୍ୟକ୍ତିତ୍ୱ ବିବେଚିତ ହେଉଥିଲେ ହେଁ ଜଣେ ପ୍ରସିଦ୍ଧ ବକ୍ସର ମଧ୍ୟ ଥିଲେ। ଗୋଟିଏ ପଞ୍ଚ୍‌ରେ ପ୍ରତିପକ୍ଷଙ୍କୁ ଧରାଶାୟୀ କରିବାର ଦକ୍ଷତା ତାଙ୍କ ନିକଟରେ ଥିଲା। ୨୦୦୫ରେ ସେ କ୍ରମାଗତ ୨ଟି ଲଢ଼େଇ ହାରିବାପରେ ଆଉ ବକ୍ସିଂ ରିଙ୍ଗ୍‌ରେ ଦେଖିବାକୁ ମିଳି ନ ଥିଲେ। ୫୪ ବର୍ଷୀୟ ଟାଇସନ ଏବେ ବକ୍ସିଂ ରିଙ୍ଗ୍‌କୁ ପୁଣିଥରେ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୨ରେ ସେ ୪ଟି ଡିଭିଜନ ଚାମ୍ପିୟନ ଆମେରିକାର ରୟ ଜୋନ୍ସ ଜୁନିୟରଙ୍କ ବିପକ୍ଷରେ ଲଢ଼ିବେ। କାର୍ଲିଫର୍ନିଆର ଡିଗ୍ନିଟି ହେଲ୍‌ଥ ସ୍ପୋଟର୍‌ସ ପାର୍କରେ ୮ ରାଉଣ୍ଡ ବିଶିଷ୍ଟ ପ୍ରଦର୍ଶନୀ ମ୍ୟାଚରେ ଉଭୟ ପରସ୍ପରକୁ ଭେଟିବେ।
ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ଟାଇସନ ଲଢ଼େଇ ସମୟରେ ନିଜ ପ୍ରଶଂସକ ମାନଙ୍କୁ ସର୍ବଦା ଭୟଭୀତ କରି ରଖିଥାନ୍ତି। ୧୯୮୦ ଦର୍ଶକର ଶେଷ ଭାଗରେ ସେ ଆଧିପତ୍ୟ ବିସ୍ତାର କରିଥିଲେ ଏବଂ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ। ବିଶ୍ୱର ଏକମାତ୍ର ବକ୍ସରଭାବେ ସେ ଡବ୍ଲ୍ୟୁବିଏ, ଡବ୍ଲ୍ୟୁବିସି ଏବଂ ଆବିଏଫ ଟାଇଟଲ ହାସଲ କରିଥିଲେ। ଟାଇସନ ନିଜ ପ୍ରଥମ ୧୯ ଫାଇଟ୍‌କୁ ନକ୍‌ଆଉଟରେ ଜିତିଥିଲେ। ଏହା ମଧ୍ୟରୁ ୧୨ଟିରେ ସେ ପ୍ରଥମ ରାଉଣ୍ଡରେ ହିଁ ବିଜୟ ହାସଲ କରିଥିଲେ। ୯୦ ଦଶକର ଶେଷ ଭାଗରେ ତାଙ୍କ ପ୍ରଭାବ ହ୍ରାସ ପାଇବାରେ ଲାଗିଲା। ଶେଷରେ ୨୦୦୫ରେ ସେ ଏହି କ୍ରୀଡ଼ାରୁ ଓହରି ଯାଇଥିଲେ। ୫୧ ବର୍ଷୀୟ ଜୋନ୍ସ ପୂର୍ବରୁ ମିଡଲଓ୍ବେଟ, ସୁପର ମିଡଲଓ୍ବେଟ, ଲାଇଟ ହେଭିଓ୍ବେଟ ଏବଂ ୨୦୦୩ରେ ହେଭିଓ୍ବେଟ ଟାଇଟଲ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri