Posted inଖେଳ

ବକ୍ସିଂ ରିଙ୍ଗ୍‌କୁ ଫେରିବେ ଟାଇସନ

ନୂଆଦିଲ୍ଲୀ, ୨୪।୭-ବିଶ୍ୱ ବକ୍ସିଂ ଇତିହାସରେ ସର୍ବକନିଷ୍ଠ ହେଭିଓ୍ବେଟ ଚାମ୍ପିୟନ ହେଉଛନ୍ତି ଆମେରିକାର ମାଇକ୍‌ ଟାଇସନ। ୧୯୮୬ରେ ମାତ୍ର ୨୦ ବର୍ଷ ବୟସରେ ସେ ଏହି ଟାଇଟଲ ଜିତିଥିଲେ। ନିଜ ସମୟରେ ସବୁଠାରୁ ଭୀତିପ୍ରଦ ଫାଇଟରଭାବେ ପରିଚିତ ହେଉଥିବା ଟାଇସନଙ୍କ କ୍ୟାରିୟର ବିବାଦରେ ମଧ୍ୟ ଭରପୂର ଥିଲା। ଏକ ସମୟରେ ସେ ବକ୍ସିଂ ଜଗତରେ ସବୁଠାରୁ ଖରାପ ବ୍ୟକ୍ତିତ୍ୱ ବିବେଚିତ ହେଉଥିଲେ ହେଁ ଜଣେ ପ୍ରସିଦ୍ଧ ବକ୍ସର ମଧ୍ୟ ଥିଲେ। ଗୋଟିଏ ପଞ୍ଚ୍‌ରେ ପ୍ରତିପକ୍ଷଙ୍କୁ ଧରାଶାୟୀ କରିବାର ଦକ୍ଷତା ତାଙ୍କ ନିକଟରେ ଥିଲା। ୨୦୦୫ରେ ସେ କ୍ରମାଗତ ୨ଟି ଲଢ଼େଇ ହାରିବାପରେ ଆଉ ବକ୍ସିଂ ରିଙ୍ଗ୍‌ରେ ଦେଖିବାକୁ ମିଳି ନ ଥିଲେ। ୫୪ ବର୍ଷୀୟ ଟାଇସନ ଏବେ ବକ୍ସିଂ ରିଙ୍ଗ୍‌କୁ ପୁଣିଥରେ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୨ରେ ସେ ୪ଟି ଡିଭିଜନ ଚାମ୍ପିୟନ ଆମେରିକାର ରୟ ଜୋନ୍ସ ଜୁନିୟରଙ୍କ ବିପକ୍ଷରେ ଲଢ଼ିବେ। କାର୍ଲିଫର୍ନିଆର ଡିଗ୍ନିଟି ହେଲ୍‌ଥ ସ୍ପୋଟର୍‌ସ ପାର୍କରେ ୮ ରାଉଣ୍ଡ ବିଶିଷ୍ଟ ପ୍ରଦର୍ଶନୀ ମ୍ୟାଚରେ ଉଭୟ ପରସ୍ପରକୁ ଭେଟିବେ।
ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ଟାଇସନ ଲଢ଼େଇ ସମୟରେ ନିଜ ପ୍ରଶଂସକ ମାନଙ୍କୁ ସର୍ବଦା ଭୟଭୀତ କରି ରଖିଥାନ୍ତି। ୧୯୮୦ ଦର୍ଶକର ଶେଷ ଭାଗରେ ସେ ଆଧିପତ୍ୟ ବିସ୍ତାର କରିଥିଲେ ଏବଂ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ। ବିଶ୍ୱର ଏକମାତ୍ର ବକ୍ସରଭାବେ ସେ ଡବ୍ଲ୍ୟୁବିଏ, ଡବ୍ଲ୍ୟୁବିସି ଏବଂ ଆବିଏଫ ଟାଇଟଲ ହାସଲ କରିଥିଲେ। ଟାଇସନ ନିଜ ପ୍ରଥମ ୧୯ ଫାଇଟ୍‌କୁ ନକ୍‌ଆଉଟରେ ଜିତିଥିଲେ। ଏହା ମଧ୍ୟରୁ ୧୨ଟିରେ ସେ ପ୍ରଥମ ରାଉଣ୍ଡରେ ହିଁ ବିଜୟ ହାସଲ କରିଥିଲେ। ୯୦ ଦଶକର ଶେଷ ଭାଗରେ ତାଙ୍କ ପ୍ରଭାବ ହ୍ରାସ ପାଇବାରେ ଲାଗିଲା। ଶେଷରେ ୨୦୦୫ରେ ସେ ଏହି କ୍ରୀଡ଼ାରୁ ଓହରି ଯାଇଥିଲେ। ୫୧ ବର୍ଷୀୟ ଜୋନ୍ସ ପୂର୍ବରୁ ମିଡଲଓ୍ବେଟ, ସୁପର ମିଡଲଓ୍ବେଟ, ଲାଇଟ ହେଭିଓ୍ବେଟ ଏବଂ ୨୦୦୩ରେ ହେଭିଓ୍ବେଟ ଟାଇଟଲ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ଭାରତକୁ ଏହି ୫ ପାକିସ୍ତାନୀ ଖେଳାଳିଙ୍କଠାରୁ ରହିବାକୁ ପଡିବ ସତର୍କ, ସୃଷ୍ଟି କରିପାରନ୍ତି ବଡ଼ ବିପଦ!

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ, ଏହି ଦୁଇ ଦଳ ଫେବୃଆରୀ ୧୫ରେ…

ରାହୁଲ ଦ୍ରାଭିଡ- ଅନିଲ କୁମ୍ବଲେଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ,୧୪।୨: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ମହାନ ଖେଳାଳି ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ବିଶେଷ ସମ୍ମାନ ମିଳିଛି। ଭେଙ୍କଟେଶ ପ୍ରସାଦଙ୍କ ନେତୃତ୍ୱରେ…

IND vs PAK: ପାକିସ୍ତାନକୁ ଧୂଳି ଚଟାଇବାକୁ ଶ୍ରୀଲଙ୍କା ପହଞ୍ଚିଲା ଟିମ୍‌ ଇଣ୍ଡିଆ, ହେଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୪।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ବିପକ୍ଷରେ T20 ବିଶ୍ୱକପ 2026 ର ତୃତୀୟ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି। ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri