Posted inଖେଳ

ଟାଇସନ-ଜୋନ୍ସ ଲଢେଇ ଡ୍ର’

ଲସ୍‌ଏଞ୍ଜେଲ୍ସ, ୩୦ା୧୧ (ପି.ଟି.)-ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ବକ୍ସିଂ ରିଙ୍ଗକୁ ଫେରିଛନ୍ତି ମାଇକ ଟାଇସନ । ୫୪ ବର୍ଷୀୟ ପୂର୍ବତନ ହେଭିିଓ୍ବେଟ୍‌ ଚାମ୍ପିୟନ ଏବଂ ୫୧ବର୍ଷୀୟ ରୟ ଜୋନ୍ସ ଜୁନିୟରଙ୍କ ମଧ୍ୟରେ ଶନିବାର ଏକ ପ୍ରଦର୍ଶନୀ ବାଉଟ୍‌ ଅନୁଷ୍ଠିତ ହୋଇଥିଲା। ଷ୍ଟେପଲ୍ସ ସେଣ୍ଟରଠାରେ ୮ ରାଉଣ୍ଡବିଶିଷ୍ଟ ଏହି ଲଢେଇ ବେଶ୍‌ ଆମୋଦଦାୟକ ଥିଲା। ରିଙ୍ଗ୍‌ ପାର୍ଶ୍ୱରେ ରହିଥିବା ଡବ୍ଲ୍ୟୁବିସି ଜଜ୍‌ଗଣ ଅଣ ବିଧିବଦ୍ଧଭାବେ ଏହାକୁ ଡ୍ର ଭାବେ ଘୋଷଣା କରିଥିଲେ। ବିଭିନ୍ନ ଚ୍ୟାରିଟି ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ ଲଢେଇର ଆୟୋଜନ କରାଯାଇଥିଲା। ନକ୍‌ ଆଉଟ ହୋଇ ନ ଥିବାରୁ ଟାଇସନ ଆନନ୍ଦିତ। ପରବର୍ତ୍ତୀ ମୁକାବିଲାରେ ସେ ଆହୁରି ଭଲ କରିପାରିବି ବୋଲି ଟାଇସନ ବାଉଟ୍‌ ପରେ କହିଛନ୍ତି। ଯେଉଁ ପ୍ରଭାବୀ ପଞ୍ଚ୍‌ ଓ ଫୁଟ୍‌ଓ୍ବର୍କ କମ୍ବିନେଶନ ପାଇଁ ଏକଦା ବିଶ୍ୱର ଜଣେ ଭୟାନକ ବକ୍ସର ହୋଇପାରିଥିଲେ ତାହାର ନମୁନା ସେ ଏହି ପ୍ରଦର୍ଶନୀ ମୁକାବିଲାରେ ଦେଖାଇଥିଲେ। ପୂର୍ବରୁ ସେ ଚାମ୍ପିୟନଶିପ୍‌ରେ ଭାଗ ନେଉଥିଲେ। ମାତ୍ର ଏଥର ଜନହିତକର କାର୍ଯ୍ୟ ଲାଗି ଫାଇଟରେ ଅବତୀର୍ଣ୍ଣ ହୋଇଥିଲେ। ପୂର୍ବତନ ଫୋର୍‌ ଡିଭିଜନ ବିଶ୍ୱ ଚାମ୍ପିୟନ ଜୋନ୍ସ ତାଙ୍କ ସମୟରେ ସବୁଠାରୁ କୁଶଳୀ ବକ୍ସର ଭାବେ ପରିଚିତ ଥିଲେ। ସେ କହିଛନ୍ତି, ଟାଇସନଙ୍କ ପଞ୍ଚକୁ ସାମ୍ନା କରିବା ସହଜ ନୁହେଁ। ବାଉଟ ଡ୍ର’ଭାବେ ଶେଷ ହୋଇଥିବାରୁ ସେ ଖୁସି। ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ପୁଣି ଏହିଭଳି ଲଢେଇର ଆୟୋଜନ ହୋଇପାରେ ବୋଲି ସେ କହିଥିଲେ। ପାରୁଲ ଚୌଧାରୀ ଓ ସଞ୍ଜିବାନୀ ଯାଦବ ଭାରତୀୟ ମହିଳା ବିଭାଗରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଖେଳାଳିଙ୍କ ପାଇଁ ବୋଲି ଲଗାଇବେ ଭାରତୀୟ ମାଲିକ? ଦି ହଣ୍ଡ୍ରେଡ ଅକ୍ସନରେ ୧୪ ପାକିସ୍ତାନୀ ଖେଳାଳି ସାମିଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩।୩: ଇଂଲଣ୍ଡର ଲୋକପ୍ରିୟ ଟି-୨୦ ଲିଗ, ଦି ହଣ୍ଡ୍ରେଡ, ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ଲମ୍ବା ତାଲିକା ପ୍ରକାଶ ପାଇଛି। ଏଥର ନିଲାମରେ ୨୪୭ ଜଣ ଖେଳାଳି…

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଘରକୁ ଫେରିଛନ୍ତି ପିଭି ସିନ୍ଧୁ, ଏକ ଭାବପ୍ରବଣ ପୋଷ୍ଟରେ ଦେଲେ ସୂଚନା

ବେଙ୍ଗାଲୁରୁ,୩।୩: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବିଦେଶରେ ଥିବା ବ୍ୟାଟମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନେଇ ଆସିଛି ଏକ ଖୁସି ଖବର। ଦୁବଇରେ ଫସି ରହିଥିବା ଏହି ସଟଲର…

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

କିଏ ଅସନ୍ତୋଷ ପ୍ରକାଶ କଲେ, ଆଉ କେହି ଏହାକୁ ଏକ ପ୍ରଦର୍ଶନ ବୋଲି ଭାବିଥିଲେ…, IND vs PAK ହାତ ମିଳାଇବା ବିବାଦକୁ ନେଇ କ୍ରିକେଟ ଜଗତ ଦୁଇ ଭାଗ

ନୂଆଦିଲ୍ଲୀ,୩।୩: ଯେତେବେଳେ ବି ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ତେଜନା ସ୍ତର ଶୀର୍ଷରେ ଥାଏ। ଉଭୟ ଦଳର ଖେଳାଳିମାନେ…

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ କଠୋର ଦଣ୍ଡ ଦେଲା PCB, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ ବଡ଼ ଝଟକା ଲାଗିଛି। PCB ପାକିସ୍ତାନର ଟି-୨୦ ବିଶ୍ୱକପ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ଲକ୍ଷ…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri