୧ରୁ ତ୍ୟାଗଭୂମି ମହୋତ୍ସବ

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ନେହେରୁ ଷ୍ଟାଡିୟମରେ ଜାନୁଆରୀ ୧ରୁ ୯ ଦିନ ବ୍ୟାପୀ ତ୍ୟାଗଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଭଦ୍ରକ ସହର ଭାଗବତ କଲ୍ୟାଣ ମଣ୍ଡପରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ଶହୀଦ ପୀଠ ଇରମ ଓ ଲୁଣିଆରୁ ଆସୁଥିବା ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିବା, ଜିଲାରୁ ବୟୋଜ୍ୟେଷ୍ଠ ବୁଦ୍ଧିଜୀବୀଙ୍କୁ ମହୋତ୍ସବରେ ସାମିଲ କରାଇବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ସାଂସ୍କୃତିକ ସମ୍ପାଦକ ବସନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ମତାମତ ରଖିଥିଲେ। ସଦସ୍ୟ ରୂପକ ବିହାରୀ ରାୟ ପରିଚାଳନା କରିଥିବା ବେଳେ ତ୍ୟାଗଭୂମି ସମ୍ମେଳନର ସମ୍ପାଦକ ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ।