ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ଛତ୍ରପୁର,୧୯।୫(ଡିଏନଏ ): ନିଶା ସେବନର ମାୟା ଜାଲରେ ଆଜିକାର ଯୁବପିଢି। ନିଶା ଉଜାଡୁଛି ଅନେକ ପରିବାର ଆଉ ଏହି ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ । ସେମାନେ ହେଲେ ଦୁଇ ବନ୍ଧୁ ହେମ କୁମାର ଏବଂ ଅମର।  ମେ ୯ରୁ ରାଇଘରରୁ ବାହାରି ଆଜି ଗଞ୍ଜାମରେ ପହଞ୍ଚିଛନ୍ତି । ବିଭିନ୍ନ ସ୍କୁଲ କଲେଜକୁ ଯାଇ ଯୁବପିଢିଙ୍କୁ ନିଶା ନିବାରଣ ସଚେତନତା କରିବା ସହ ସ୍ଲୋଗାନ ଦେଇ ସହର ପରିଭ୍ରମଣ କରୁଛନ୍ତି ।

ଆଗାମୀ ଦିନରେ ପୁରା ଭାରତ ଭ୍ରମଣ କରି ସଚେତନତା ମାଧ୍ୟମରେ ନିଶା ମୁକ୍ତ ସମାଜ ଗଠନର ଲକ୍ଷ୍ୟ ରଖିଥିବା କହିଛନ୍ତି ଏହି ଦୁଇଜଣ ଯୁବକ । ନିଜସ୍ବ ଖର୍ଚ୍ଚରେ ପ୍ରଥମେ ସେ ରାଇଘରରୁ ଏହି କାର୍ଯ୍ୟକ୍ରମ କରିବା ପରେ ଓଡିଶାର ସମ୍ବଲପୁର, ଝାରସୁଗୁଡ଼ା, ରେଙ୍ଗାଲି ପ୍ରଭୃତ ସ୍ଥାନରେ ଯୁବବର୍ଗ, ବସ୍ତି ପିଲା ଏବଂ ସ୍କୁଲ ପିଲାଙ୍କୁ ନିଶାମୁକ୍ତି ସଚେତନତା ବାର୍ତ୍ତା ଦେବା ପରେ କଟକ ଭୁବନେଶ୍ୱର ଖୋର୍ଦ୍ଧା ଦେଇ ଗଞ୍ଜାମରେ ପହଞ୍ଚିଛନ୍ତି। ଦୁଇ ବନ୍ଧୁଙ୍କ କହିବା କଥା, ନିଶା ଦ୍ୱାରା କିଭଳି ପରିବାର ଛାରଖାର ହେଉଛି ତାହା ଆମେ ଆଖିରେ ଦେଖିଛୁ । ଆମର ଜଣେ ବନ୍ଧୁ ଏହି ନିଶା କବଳରେ ପଡି ପ୍ରାଣ ହରାଇଛନ୍ତି । ତେଣୁ ସେବେଠୁ ଚିନ୍ତା କଲୁ ନିଶା ସେବନ ନ କରିବା ପାଇଁ ଆମେ ଯୁବପିଢିଙ୍କ ମଧ୍ୟରେ ସଚେତନତା କରାଇବୁ, ଯଦି ଏହି ସଚେତନ ମାଧ୍ୟମରେ ଯୁବକମାନେ ନିଶା କବଳରୁ ମୁକ୍ତ ହେଉଛନ୍ତି ତାହା ଆମ ପାଇଁ ବଡ଼ ଉପହାର ହେବ । ନିଶା ମୁକ୍ତି ନ ହେବା ପର୍ଯ୍ୟନ୍ତ ଆମର ଏହି ପ୍ରୟାସ ଜାରି ରହିବ ବୋଲି ସେମାନେ କହିଛନ୍ତି । ଗଞ୍ଜାମ ପରେ ଭାୟା ଆନ୍ଧ୍ର ଦେଇ ଆଗକୁ ହାଇଦ୍ରାବାଦ ଯିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦୁଇ ଯୁବକ ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri