ଦୁଇ ଛାତ୍ରୀଙ୍କୁ ନିଶା ଦେଇ ଅପହରଣ କରିନେଇଥିଲେ ଦୁଇ ଯୁବକ, ପୂରା ଘଟଣା ଜଣାପଡ଼ିବା ପରେ…

ମହାକାଳପଡ଼ା,୨୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଅଞ୍ଚଳରେ ଶୁକ୍ରବାର ଦୁଇ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରେ କିଛି ନିଶା ଦ୍ରବ୍ୟ ସ୍ପ୍ରେ କରି ଉକ୍ତ ଗ୍ରାମର ଦୁଇ ଯୁବକ ଏକ କାର୍‌ରେ ଅପହରଣ କରିନେଇଥିଲେ। ପରେ ଅପରାହ୍ନରେ ଦୁଇ ଛାତ୍ରୀଙ୍କୁ ଉକ୍ତ ଅଞ୍ଚଳର ହନୁମାନ ମନ୍ଦିର ନିକଟରେ ଦୁଇ ଯୁବକ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ଚେତା ଫେରିବା ପରେ ଦୁଇ ଛାତ୍ରୀ ଘରକୁ ଫେରି ସବୁ ଘଟଣା ପରିବାର ନିକଟରେ ପ୍ରକାଶ କରିଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣାକୁ ନେଇ କେତେକ ଭଦ୍ର ଲୋକମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଝାମଣା ଚାଲିଥିଲା। ମାତ୍ର କୌଣସି ନିଷ୍କର୍ସ ନ ବାହାରିବାରୁ ଛାତ୍ରୀଙ୍କ ପରିବାର ପକ୍ଷରୁ ଉକ୍ତ ବିଳମ୍ବିତ ରାତିରେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ଯୁବକଙ୍କୁ ଶନିବାର ଉକ୍ତ ଅଞ୍ଚଳରୁ ଉଠାଇ ନେଇ ଥାନାରେ ଅଟକ ରଖିଛି।

ଅପରପକ୍ଷରେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା ପରେ ମହାକାଳପଡ଼ାର ଥାନାଧିକାରୀ ୧୮୦ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ ବୟାନ ରେକର୍ଡ କରିଛନ୍ତି। ରବିବାର ଛାତ୍ରୀଙ୍କଠାରୁ କେନ୍ଦ୍ରାପଡ଼ା ପୋକ୍ସୋ ଅଦାଲତରେ ୧୮୩ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ ବୟାନ ରେକର୍ଡ କରାଯିବ ବୋଲି ଥାନା ଅଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳଙ୍କଠାରୁ ସୂଚନା ମିଳିଛି। ଦୁଇ ଯୁବକ ଛାତ୍ରୀଙ୍କୁ କାହିଁକି ଅପହରଣ କରି ପରେ ଛାଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ।

ଏନେଇ କେସ୍‌ ନଂ ୧୯୭/୨୫ରେ ଏ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଟକ ଥିବା ରାମନଗର ଅଞ୍ଚଳର ଦୁଇ ଅପହର୍ତ୍ତା ଯୁବକ ତରୁଣ କୁମାର ଦେହୁରୀ(୨୭) ଏବଂ ଇନ୍ଦ୍ରଜିତ ପାଲ(୨୮)ଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରବିବାର ଅପରାହ୍ନରେ କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର…

ଗୋଟିଏ ରାତିରେ ଏକାଧିକ ଚୋରି, ପୋଲିସର ତନାଘନା

ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି।…

ଶେଷ ହେଲା ଯୁଦ୍ଧ! ପ୍ରଥମଥର ପାଇଁ ଇରାନ ନେଇଛି ଏହି ପ୍ରମୁଖ ପଦକ୍ଷେପ… ଅକାମୀ ହୋଇଗଲାଣି ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା…

ଜେରୁଜେଲମ,୧୬।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ଏହା ମଧ୍ୟରେ, ରିପୋର୍ଟ ଆସିଛି ଯେ ଇରାନର IRGC (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri