ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଗୁଣ୍ଡାଗିରି। ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଯୁବକଙ୍କ ଗୁଣ୍ଡାଗିରିର ଭିଡିଓ ସାମ୍ନାକୁ ଆସିଛି। ସଂଘବଦ୍ଧ ଭାବେ ଆସିଲେ ଆଉ ଦୁଇ ଯୁବକଙ୍କୁ ନିର୍ଘାତ ମାରିଲେ। ଯିଏ ଯେମିତି ପାରିଲା ବାଡେଇ ଚାଲିଲା। ମୁଥା, ଚାପୁଡା ଠାରୁ ଆରମ୍ଭ କରି ଦୁଇ ଯୁବକଙ୍କୁ ୩ରୁ ଅଧିକ ଯୁବକ ଗୋଡେଇ ଗୋଡେଇ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଦୁଇ ଜଣ ଯୁବକଙ୍କୁ ୩ ରୁ ୪ ଜଣ ଯୁବକ ଅତି ଅମାନୁଷିକ ଭାବେ ବିଚ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାଡ଼ ମାରୁଥିବା ଦେଖାଯାଇଛି। ଏପରିକି ମାଡ଼ ମାରି ଯୁବକଙ୍କୁ ରକ୍ତାକ୍ତ ମଧ୍ୟ କରି ଦେଇଛନ୍ତି। ଆଉ ସଂଘବଦ୍ଧ ଭାବେ ଆସିଥିବା ଯୁବକମାନେ ଗୋଡ଼ାଇ ଗୋଡ଼ାଇ ମାରିବା ଏବଂ ସ୍ଥାନୀୟ ଲୋକେ ଦେଖଣାହାରି ପାଲଟିଥିଲେ। ଏହି ଭିଡିଓଟି ଗତ ଏପ୍ରିଲ ମାସରେ ନିମ୍ନ ମାନର କାମ ବାବଦରେ ମୁହଁ ଖୋଲିଥିବାରୁ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣର ବୋଲି ଜଣାଯାଇଛି। ଆଉ ଏହି ଘଟଣାକୁ ହାଲୁକା ଭାବେ ନେଇଛି ପୋଲିସ।

Odisha’s No.1 Odia Daily

Share