ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,(ବ୍ୟୁରୋ)/  ପାଟଣା (ସ୍ବ.ପ୍ର.)୧୪ ।୧୧କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର ତତ୍‌କାଳୀନ ଥାନାଧିକାରୀ ସାରାଣୀ ଜେନାଙ୍କୁ ରାଜ୍ୟର କୌଣସି ଥାନାରେ ପୋଷ୍ଟିଂ ନ ଦେବାକୁ ଗୃହ ବିଭାଗ ଓ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୌଣସି ଫିଲ୍ଡ ଡ୍ୟୁଟି ଦିଆଯିବ ନାହିଁ। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେ ନେଇ ତାଙ୍କୁ ପୁଣି ଥରେ ପ୍ରଶିକ୍ଷଣ ଦିଆଯାଉ। ତାଙ୍କ ଦରମାରୁ ଆକ୍ରମଣର ଶିକାର ଯୁବକଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଗତ ମାର୍ଚ୍ଚ ୨୫ରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା। ଏକ ଜମିଜମା ମାମଲାରେ ପାଟଣା ଥାନା ସାହାରପଡା ବ୍ଲକ ତଳସରୁଆ ଗ୍ରାମର ୨୨ ବର୍ଷୀୟ ଯୁବକ ରାଜୁ ମହାନ୍ତ ଓରଫ ଚିତ୍ତରଞ୍ଜନଙ୍କୁ ତତ୍‌କାଳୀନ ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଥାନାରେ ଅଟକ ରଖି ଏଭଳି ଅତ୍ୟାଚାର କରିଥିଲେ। ଏହାର ଭିଡିଓ ମେ ୧୮ରେ ଭାଇରାଲ ହେବାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ମେ ୨୩ରେ ଡିଜିପି ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଥିଲେ। ଏ ନେଇ ଓଏଚ୍‌ଆର୍‌ସିରେ ମାମଲା ହୋଇଥିଲା। ଜୁନ୍‌ ୨ରେ କମିଶନ ଏହାର ଶୁଣାଣି କରି ସମ୍ପୃକ୍ତ ଥାନାଧିକାରୀଙ୍କ ଦରମାରୁ ପୀଡିତଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଏଚ୍‌ଆର୍‌ସିର ଏହି ନିର୍ଦ୍ଦେଶକୁ ସନ୍ଧ୍ୟାରାଣୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାତ୍ର ହାଇକୋର୍ଟ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶକୁ କାଏମ୍‌ ରଖିଥିଲେ। ସେହିପରି ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଏସ୍‌ପି ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ଓଏଚ୍‌ଆର୍‌ସିରେ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଅଭିଯୁକ୍ତ ଚିତ୍ତରଞ୍ଜନ ଅନ୍ୟ ଜଣଙ୍କ ଜମିକୁ ଜବରଦଖଲ କରି ଚାଷ କରିବାରୁ ବିବାଦ ଉପୁଜିଥିଲା। ଚିତ୍ତରଞ୍ଜନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରି ଧମକଚମକ ଦେବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ଆକ୍ରମଣର ଶିକାର ଯୁବକଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ଥାନାକୁ ଅଣାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ଥାନା ହାଜତକୁ ଯିବାକୁ କୁହାଯାଇଥିଲେ ମଧ୍ୟ ସେ ନ ଯାଇ ତଳେ ବସି ରହିଥିଲେ। ଏଥିରେ ଥାନାଧିକାରୀ ସନ୍ଧ୍ୟାରାଣୀ ଉତ୍‌କ୍ଷିପ୍ତ ହୋଇ ଚିତ୍ତରଞ୍ଜନଙ୍କୁ ଲାଠିରେ ମାଡ଼ ମାରିବା ସହ ଗୋଇଠା ମାରି ତଳେ ପକାଇଦେଇଥିଲେ। କରୋନା ସମୟ ଯୋଗୁ ସାମାଜିକ ଦୂରତା ରକ୍ଷା ପାଇଁ ଆଇଆଇସି ଲାଠି ବ୍ୟବହାର କରୁଥିବା କଥା ଏସ୍‌ପିଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ। କିନ୍ତୁ ଓଏଚ୍‌ଆର୍‌ସି ଶୁଣାଣିବେଳେ କହିଥିଲେ, ରାଜ୍ୟ ପୋଲିସ ଫୋର୍ସ ଏକ ଶୃଙ୍ଖଳିତ ନିୟମକୁ ଆଧାରକରି ଗଠନ କରାଯାଇଛି। ମାତ୍ର ସନ୍ଧ୍ୟାରାଣୀଙ୍କ ହିଂସାପୂର୍ଣ୍ଣ ଆଚରଣ ପୋଲିସ ମାନୁଆଲ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛି। ତେଣୁ ବ୍ୟବହାର ସଂସ୍କାର ଶିଖିବା ପାଇଁ ସନ୍ଧ୍ୟାରାଣୀଙ୍କୁ କୌଣସି ଥାନାରେ ପୋଷ୍ଟିଂ ନ ଦେଇ ଟ୍ରେନିଂରେ ଯିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?