ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,(ବ୍ୟୁରୋ)/  ପାଟଣା (ସ୍ବ.ପ୍ର.)୧୪ ।୧୧କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର ତତ୍‌କାଳୀନ ଥାନାଧିକାରୀ ସାରାଣୀ ଜେନାଙ୍କୁ ରାଜ୍ୟର କୌଣସି ଥାନାରେ ପୋଷ୍ଟିଂ ନ ଦେବାକୁ ଗୃହ ବିଭାଗ ଓ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୌଣସି ଫିଲ୍ଡ ଡ୍ୟୁଟି ଦିଆଯିବ ନାହିଁ। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେ ନେଇ ତାଙ୍କୁ ପୁଣି ଥରେ ପ୍ରଶିକ୍ଷଣ ଦିଆଯାଉ। ତାଙ୍କ ଦରମାରୁ ଆକ୍ରମଣର ଶିକାର ଯୁବକଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଗତ ମାର୍ଚ୍ଚ ୨୫ରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା। ଏକ ଜମିଜମା ମାମଲାରେ ପାଟଣା ଥାନା ସାହାରପଡା ବ୍ଲକ ତଳସରୁଆ ଗ୍ରାମର ୨୨ ବର୍ଷୀୟ ଯୁବକ ରାଜୁ ମହାନ୍ତ ଓରଫ ଚିତ୍ତରଞ୍ଜନଙ୍କୁ ତତ୍‌କାଳୀନ ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଥାନାରେ ଅଟକ ରଖି ଏଭଳି ଅତ୍ୟାଚାର କରିଥିଲେ। ଏହାର ଭିଡିଓ ମେ ୧୮ରେ ଭାଇରାଲ ହେବାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ମେ ୨୩ରେ ଡିଜିପି ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଥିଲେ। ଏ ନେଇ ଓଏଚ୍‌ଆର୍‌ସିରେ ମାମଲା ହୋଇଥିଲା। ଜୁନ୍‌ ୨ରେ କମିଶନ ଏହାର ଶୁଣାଣି କରି ସମ୍ପୃକ୍ତ ଥାନାଧିକାରୀଙ୍କ ଦରମାରୁ ପୀଡିତଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଏଚ୍‌ଆର୍‌ସିର ଏହି ନିର୍ଦ୍ଦେଶକୁ ସନ୍ଧ୍ୟାରାଣୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାତ୍ର ହାଇକୋର୍ଟ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶକୁ କାଏମ୍‌ ରଖିଥିଲେ। ସେହିପରି ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଏସ୍‌ପି ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ଓଏଚ୍‌ଆର୍‌ସିରେ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଅଭିଯୁକ୍ତ ଚିତ୍ତରଞ୍ଜନ ଅନ୍ୟ ଜଣଙ୍କ ଜମିକୁ ଜବରଦଖଲ କରି ଚାଷ କରିବାରୁ ବିବାଦ ଉପୁଜିଥିଲା। ଚିତ୍ତରଞ୍ଜନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରି ଧମକଚମକ ଦେବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ଆକ୍ରମଣର ଶିକାର ଯୁବକଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ଥାନାକୁ ଅଣାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ଥାନା ହାଜତକୁ ଯିବାକୁ କୁହାଯାଇଥିଲେ ମଧ୍ୟ ସେ ନ ଯାଇ ତଳେ ବସି ରହିଥିଲେ। ଏଥିରେ ଥାନାଧିକାରୀ ସନ୍ଧ୍ୟାରାଣୀ ଉତ୍‌କ୍ଷିପ୍ତ ହୋଇ ଚିତ୍ତରଞ୍ଜନଙ୍କୁ ଲାଠିରେ ମାଡ଼ ମାରିବା ସହ ଗୋଇଠା ମାରି ତଳେ ପକାଇଦେଇଥିଲେ। କରୋନା ସମୟ ଯୋଗୁ ସାମାଜିକ ଦୂରତା ରକ୍ଷା ପାଇଁ ଆଇଆଇସି ଲାଠି ବ୍ୟବହାର କରୁଥିବା କଥା ଏସ୍‌ପିଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ। କିନ୍ତୁ ଓଏଚ୍‌ଆର୍‌ସି ଶୁଣାଣିବେଳେ କହିଥିଲେ, ରାଜ୍ୟ ପୋଲିସ ଫୋର୍ସ ଏକ ଶୃଙ୍ଖଳିତ ନିୟମକୁ ଆଧାରକରି ଗଠନ କରାଯାଇଛି। ମାତ୍ର ସନ୍ଧ୍ୟାରାଣୀଙ୍କ ହିଂସାପୂର୍ଣ୍ଣ ଆଚରଣ ପୋଲିସ ମାନୁଆଲ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛି। ତେଣୁ ବ୍ୟବହାର ସଂସ୍କାର ଶିଖିବା ପାଇଁ ସନ୍ଧ୍ୟାରାଣୀଙ୍କୁ କୌଣସି ଥାନାରେ ପୋଷ୍ଟିଂ ନ ଦେଇ ଟ୍ରେନିଂରେ ଯିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବା ବ୍ୟକ୍ତିର ପଦପାଇଁ କୌଣସି ଆକାଂକ୍ଷା ନ ଥାଏ

୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀ ରାଜ୍ୟ ପ୍ରଶାସନର ଏକ ଜଣାଶୁଣା ନଁା। ଦୀର୍ଘ ୨୮ବର୍ଷ ଧରି ସେ ବିଭିନ୍ନ ସରକାରୀ ସଂସ୍ଥା ଓ...

ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଏକମାତ୍ର ଲକ୍ଷ୍ୟ

ଜାପାନର ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରାଲିମ୍ପିକ୍ସ କ୍ରୀଡ଼ା। ଏଥିରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅର୍ଜୁନ ପୁରସ୍କାର...

ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କୋଭିଡ୍‌ ମୃତକଙ୍କୁ ସହାୟତା ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ରେ...

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ...

ଛତିଶଗଡ଼, ଓଡ଼ିଶା ସବ୍‌ ଏରିଆ କମାଣ୍ଡର ହେଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ଛତିଶଗଡ଼ ଓ ଓଡ଼ିଶା ସବ୍‌ ଏରିଆ କମାଣ୍ଡର ହେଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି। ବ୍ରିଗେଡିୟର୍‌ ପ୍ରଶାନ୍ତ ଚୌହାନଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ...

ଭୁବନେଶ୍ୱରରେ ପୁଅକୁ ଖୋଜୁଛନ୍ତି ଛତିଶଗଡ଼ର ବୃଦ୍ଧ ଦମ୍ପତି

ଭୁବନେଶ୍ୱର,୧୯।।୪ (ବ୍ୟୁରୋ): ଛତିଶଗଡର ଯୁବକ ଭବେଶ। ହୋଲିରେ ଘରକୁ ଯିବାକୁ କହିଥିଲେ। କିନ୍ତୁ ଘରେ ପହଞ୍ଚତ୍ ନ ଥିଲେ। କିଛିଦିନ ଅପେକ୍ଷା କରିବା ପରେ ଚିନ୍ତାରେ...

ନିର୍ବାଚନ ଆୟୋଗ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୮।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ବୈଠକ ଡାକିଛନ୍ତି। ତେବେ ଏହି ବୈଠକ ଶନିବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ସିଏସ୍‌,...

ଆସନ୍ତା ୨୩ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ଫେବୃୟାରୀ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ଅମିତ ଶାହା ଢେଙ୍କାନାଳର ବୁଥ୍‌ ସ୍ତରୀୟ...

Advertisement
Archives

Model This Week