କରୋନାର ଦୁଇ ବର୍ଷ: ଦେଶରେ ୪ କୋଟିରୁ ଅଧିକ ସଂକ୍ରମିତ, ୪.୯୪ ଲକ୍ଷ ମୃତ୍ୟୁ, ଭାଇରସର ୪୦୦ରୁ ଅଧିକ ମ୍ୟୁଟେସନ

ନୂଆଦିଲ୍ଲୀ,୩୧ ।୧: ଦେଶରେ କରୋନା ମହାମାରୀକୁ ୨ ବର୍ଷ ପୁରଣ ହୋଇ ଗଲାଣି । ଏହାରି ଭିତରେ ଟିକା ଓ ସତର୍କତା ଆମକୁ କରୋନାଠାରୁ ଦୂରେଇ ରଖିବାକୁ ୨ଟି ଅସ୍ତ୍ର ପାଲଟିଛି । ୩୦ ଜାନୁୟାରୀ ୨୦୨୦ରେ ଦେଶରେ ପ୍ରଥମ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ଦେଶରେ ୪ କୋଟିରୁ ଅଧିକ ଲୋକ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେଲେଣି । ଏହାସହ ରିପୋର୍ଟ ବାହାରେ ଆହୁରି ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ସୁସ୍ଥ ବି ହୋଇଛନ୍ତି । ଏହାରି ଭିତରେ ୪.୯୪ ଲକ୍ଷ ଲୋକଙ୍କ ଏହି କରୋନା ଯୋଗୁ ମୃତ୍ୟୁ ବି ହୋଇଛି । ଏବେ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସର ୪୦ରୁ ଅଧିକ ମ୍ୟୁଟେଶନକୁ ଚିହ୍ନଟ କରାଯାଇଛି । ଏଥିରେ ରହିଛି ଆଲଫା, ବିଟା, ଗାମା, ଡେଲ୍ଟା, ଓମିକ୍ରନ୍ ଭଳି ଭାରିଏଣ୍ଟ ଯାହା ବହୁ ଲୋକଙ୍କୁ ଅସୁବିଧାରେ ପକାଇଛି ।

Share