ଦୁଇ ବର୍ଷର ଝିଅଙ୍କ ଅସାଧାରଣ ପ୍ରତିଭା: ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଲେ ଶ୍ରେୟାଂଶୀ

ପାଟଣା,୧।୨(ବୀର କିଶୋର ଦାଶ): ବିଭିନ୍ନ ମନ୍ତ୍ର, ସାଧାରଣ ଜ୍ଞାନ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ପରିବାର ଲୋକଙ୍କ ନାମ ଭଳି ଅନେକ ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବେ ମନେରଖି ଆବୃତ୍ତି କରି ପାରୁଛି ପ୍ରବଳ ଧି ଶକ୍ତିଓ ବିଭୁଦତ୍ତ ପ୍ରତିଭା ର ଅଧିକାରୀ ୨ବର୍ଷ ୨ମାସର କୁନି ଝିଅ । ଏଥି ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ତୁଷାର ରଞ୍ଜନ ସାହୁ ସାହୁ ଓ ଲିପ୍ସା ସାହୁଙ୍କ କୁନି ଝିଅ ଶ୍ରେୟାଂଶୀ। ଭଲଭାବେ ପାଟି ଫିଟି ନ ଥିବା ବେଳେ ଖନେଇ ଖନେଇ କଥା କହୁଥିବା କୁନି ଝିଅଙ୍କ ଏଭଳି ପ୍ରତିଭା ଏବେ ସବୁ ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଖୁବ୍‌ ଛୋଟ ଦିନରୁ ଶ୍ରେୟାଂଶୀଙ୍କର ଏହି ପ୍ରତିଭାର ଆଭାସ ମିଳିଥିଲା। ମାତ୍ର ୧୦ମାସ ବୟସ ହୋଇଥିଲା ବେଳେ ସେ ବିଭିନ୍ନ ରଙ୍ଗବେରଙ୍ଗୀ ବହି ଦେଖି ଖୁସି ହୋଇଯାଉଥିଲେ। ନୂଆ ନୂଆ ଦେଖିବାକୁ ଜାଣିବାକୁ ତାଙ୍କର ଆଗ୍ରହ ଥିବା ଜଣାପଡିଥିଲା। ଝିଅର ଆଗ୍ରହ ଦେଖି ମାଆ ଲିପ୍ସା ତାଙ୍କୁ ବିଭିନ୍ନ ବିଷୟରେ ଶିଖାଇବା ଆରମ୍ଭ କରିଥିଲେ। ଖେଳ ଖେଳରେ ବିଭିନ୍ନ ବିଷୟରେ ଶିଖାଇଥିଲେ। ଜେଜେବାପା ଶଙ୍କାଳି ଚରଣ ସାହୁ ଜେଜେମା’ ଗୀତାମଣି ସାହୁ, ଅଜା,ଆଈ, ମାମୁ, ବଡବାପା, ବଡ଼ମାଆ ମଧ୍ୟ ଶ୍ରେୟାଂଶୀକୁ ଆଗକୁ ବଢ଼ିବାରେ ସହଯୋଗର ହାତ ବଢ଼ାଇଥିଲେ। ଦୁଇ ବର୍ଷ ହେଲାବେଳକୁ ଆକ୍ସନ ଓ୍ବାର୍ଡ ୧୭ଟି, ଫଳ ୨୦ଟି, ପନିପରିବା, ଗୃହପାଳିତ ଓ ଜଙ୍ଗଲୀ ପଶୁପକ୍ଷୀଙ୍କ ନାମ, ଯାନବାହାନ, ପ୍ରଫେସନ, ବିଭିନ୍ନ ରଙ୍ଗ, ଆକାର, ଇଂରାଜୀ ବର୍ଣ୍ଣମାଳା ସହ ପ୍ରତି ଅକ୍ଷରରେ ଶବ୍ଦ,୧୭ରୁ ଅଧିକ ଜାତୀୟ ପ୍ରତୀକ, ସପ୍ତାହର ନାମ, ରାଈମ୍ସ କହି ମୁଖସ୍ତ କରି ଆବୃତ୍ତି କରି ପାରୁଥିଲେ। ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ବିଷୟରେ ଜାଣିବାପରେ ମା’ ଶ୍ରେୟାଂଶୀଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ବଡବାପା ନିହାର ସାହୁ ଓ ବଡମାଆ ରଞ୍ଜିତା ସାହୁ ମଧ୍ୟ ସହଯୋଗ କରିଥିଲେ। ୩୦ରୁ ଅଧିକ ବିଷୟବସ୍ତୁକୁ ନିର୍ଭୁଲ ଭାବେ ଶ୍ରେୟାଂଶୀ କହିବାର ଭିଡିଓ କରି ଇଣ୍ଡିଆ ବୁକ ଅଫ୍‌ ରେକର୍ଡକୁ ମେଲ ଯୋଗେ ପଠାଇଥିଲେ। ଶ୍ରେୟାଂଶୀକୁ ୨୦୨୪ର ଆଚିଭର୍ସ ଭାବେ ଚୟନ କରାଯାଇଥିଲା। ପୁରସ୍କାର ଭାବେ ଶ୍ରେୟାଂଶୀଙ୍କୁ ଆଉମେଡାଲ, ପ୍ରମାଣପତ୍ର, ବ୍ୟାଚ, ପରିଚୟପତ୍ର, ପେନ ଓ ମାଗାଜିନ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri