ଦୁଇ ବର୍ଷର ଝିଅଙ୍କ ଅସାଧାରଣ ପ୍ରତିଭା: ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଲେ ଶ୍ରେୟାଂଶୀ

ପାଟଣା,୧।୨(ବୀର କିଶୋର ଦାଶ): ବିଭିନ୍ନ ମନ୍ତ୍ର, ସାଧାରଣ ଜ୍ଞାନ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ପରିବାର ଲୋକଙ୍କ ନାମ ଭଳି ଅନେକ ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବେ ମନେରଖି ଆବୃତ୍ତି କରି ପାରୁଛି ପ୍ରବଳ ଧି ଶକ୍ତିଓ ବିଭୁଦତ୍ତ ପ୍ରତିଭା ର ଅଧିକାରୀ ୨ବର୍ଷ ୨ମାସର କୁନି ଝିଅ । ଏଥି ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ତୁଷାର ରଞ୍ଜନ ସାହୁ ସାହୁ ଓ ଲିପ୍ସା ସାହୁଙ୍କ କୁନି ଝିଅ ଶ୍ରେୟାଂଶୀ। ଭଲଭାବେ ପାଟି ଫିଟି ନ ଥିବା ବେଳେ ଖନେଇ ଖନେଇ କଥା କହୁଥିବା କୁନି ଝିଅଙ୍କ ଏଭଳି ପ୍ରତିଭା ଏବେ ସବୁ ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଖୁବ୍‌ ଛୋଟ ଦିନରୁ ଶ୍ରେୟାଂଶୀଙ୍କର ଏହି ପ୍ରତିଭାର ଆଭାସ ମିଳିଥିଲା। ମାତ୍ର ୧୦ମାସ ବୟସ ହୋଇଥିଲା ବେଳେ ସେ ବିଭିନ୍ନ ରଙ୍ଗବେରଙ୍ଗୀ ବହି ଦେଖି ଖୁସି ହୋଇଯାଉଥିଲେ। ନୂଆ ନୂଆ ଦେଖିବାକୁ ଜାଣିବାକୁ ତାଙ୍କର ଆଗ୍ରହ ଥିବା ଜଣାପଡିଥିଲା। ଝିଅର ଆଗ୍ରହ ଦେଖି ମାଆ ଲିପ୍ସା ତାଙ୍କୁ ବିଭିନ୍ନ ବିଷୟରେ ଶିଖାଇବା ଆରମ୍ଭ କରିଥିଲେ। ଖେଳ ଖେଳରେ ବିଭିନ୍ନ ବିଷୟରେ ଶିଖାଇଥିଲେ। ଜେଜେବାପା ଶଙ୍କାଳି ଚରଣ ସାହୁ ଜେଜେମା’ ଗୀତାମଣି ସାହୁ, ଅଜା,ଆଈ, ମାମୁ, ବଡବାପା, ବଡ଼ମାଆ ମଧ୍ୟ ଶ୍ରେୟାଂଶୀକୁ ଆଗକୁ ବଢ଼ିବାରେ ସହଯୋଗର ହାତ ବଢ଼ାଇଥିଲେ। ଦୁଇ ବର୍ଷ ହେଲାବେଳକୁ ଆକ୍ସନ ଓ୍ବାର୍ଡ ୧୭ଟି, ଫଳ ୨୦ଟି, ପନିପରିବା, ଗୃହପାଳିତ ଓ ଜଙ୍ଗଲୀ ପଶୁପକ୍ଷୀଙ୍କ ନାମ, ଯାନବାହାନ, ପ୍ରଫେସନ, ବିଭିନ୍ନ ରଙ୍ଗ, ଆକାର, ଇଂରାଜୀ ବର୍ଣ୍ଣମାଳା ସହ ପ୍ରତି ଅକ୍ଷରରେ ଶବ୍ଦ,୧୭ରୁ ଅଧିକ ଜାତୀୟ ପ୍ରତୀକ, ସପ୍ତାହର ନାମ, ରାଈମ୍ସ କହି ମୁଖସ୍ତ କରି ଆବୃତ୍ତି କରି ପାରୁଥିଲେ। ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ବିଷୟରେ ଜାଣିବାପରେ ମା’ ଶ୍ରେୟାଂଶୀଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ବଡବାପା ନିହାର ସାହୁ ଓ ବଡମାଆ ରଞ୍ଜିତା ସାହୁ ମଧ୍ୟ ସହଯୋଗ କରିଥିଲେ। ୩୦ରୁ ଅଧିକ ବିଷୟବସ୍ତୁକୁ ନିର୍ଭୁଲ ଭାବେ ଶ୍ରେୟାଂଶୀ କହିବାର ଭିଡିଓ କରି ଇଣ୍ଡିଆ ବୁକ ଅଫ୍‌ ରେକର୍ଡକୁ ମେଲ ଯୋଗେ ପଠାଇଥିଲେ। ଶ୍ରେୟାଂଶୀକୁ ୨୦୨୪ର ଆଚିଭର୍ସ ଭାବେ ଚୟନ କରାଯାଇଥିଲା। ପୁରସ୍କାର ଭାବେ ଶ୍ରେୟାଂଶୀଙ୍କୁ ଆଉମେଡାଲ, ପ୍ରମାଣପତ୍ର, ବ୍ୟାଚ, ପରିଚୟପତ୍ର, ପେନ ଓ ମାଗାଜିନ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri