Categories: ଫୁରସତ

୨ ବର୍ଷର ଝିଅକୁ କାର୍‌ରେ ଲକ୍‌ ପକାଇ ଭୁଲିଗଲେ ମହିଳା: ୭ ଘଣ୍ଟା ପରେ…

ସାଧାରଣତଃ ଲୋକେ କାର୍‌ରେ ଜିତିଷ ରଖି ଭୁଲି ଯାଉଥିବା ନଜିର ରହିଛି। କିନ୍ତୁ କାର୍‌ରେ ଶିଶୁକୁ ଲକ୍‌ ପକାଇ ଭୁଲିଯିବା ନିହାତି ଆଶ୍ଚର୍ଯ୍ୟର କଥା। ଆମେରିକାର ଫ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ୨ ବର୍ଷର ଶିଶୁଙ୍କୁ କାର୍‌ ଭିତରେ ଲକ୍‌ ପକାଇ ପଳାଇଥିଲେ। ୭ ଘଣ୍ଟା ପରେ ମହିଳାଙ୍କ ଜଣଙ୍କ ଆସି ଦେଖିବାରୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଫ୍ଲୋରିଡାର ୪୩ ବର୍ଷୀୟା ଜୁଆନା ପେରେଜ୍‌ ଡୋମିଙ୍ଗୋ ନାମକ ଏହି ମହିଳାଙ୍କୁ ପୋଲିସ ଗିରଫ କରିଛି। ଜୁଆନା ଶିଶୁଟିକୁ ସିଟ୍‌ ବେଲ୍ଡ ବାନ୍ଧି କାର୍‌ ଭିତରେ ଲକ୍‌ କରି ପଳାଇଥିଲେ। ମୃତ ଝିଅର ନାମ ଜୋଶଲିନ୍‌ ମାରିଜ୍ଜା। ପୋଲିସ ସୂଚନା ଅନୁସାରେ ମହିଳା ଜଣଙ୍କୁ ଉକ୍ତ ଶିଶୁଟିର ଡେ’ କେୟାର ନେବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେ କାର୍‌ରେ ଝିଅଟିକୁ ଛାଡି ପଳାଇଥିଲେ। କାର୍‌ ଭିତରେ ୩୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ତାପମାତ୍ରାରେ କାର୍‌ ଭିତରେ ବସିଥିବା ଶିଶୁଟିର ଅବସ୍ଥା ଖରାପ ହୋଇଯାଇଥିଲା। ଜୁଆନା ୭ ଘଣ୍ଟାପରେ ଆସି ଦେଖିବାକୁ ଶିଶୁଟିର ମୃତ୍ୟୁ ଘଟିଥିଲା।

Share