ବାହାନଗାରୁ ଗଲା ୨ କାଠଘୋଡ଼ା

ବାହାନଗା, ୧୮।୬(ଡି.ଏନ.ଏ.) କୋଲକାତାରେ ଜଗନ୍ନାଥଙ୍କ ରଥ ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ଦୋଳପୁର ଗ୍ରାମରୁ ଦୁଇଟି କାଠଘୋଡା ନିର୍ମାଣ କରାଯାଇ ସେଠାକୁ ନିଆଯାଇଛି। ରଥ ଆଗରେ ଖଞ୍ଜାଯାଉଥିବା ଏହି ଘୋଡା ନିର୍ମାଣ ଲାଗି ଦୋଳପୁର ଗ୍ରାମର ଭରତ ବିନ୍ଧାଣୀଙ୍କୁ ବରାଦ ଦିଆଯାଇଥିଲା। କୋଲକାତାସ୍ଥିତ ଭବାନୀପୁର ଅଞ୍ଚଳର ହରିଶପାର୍କ ନିକଟସ୍ଥ ବାଷଠୀପଲ୍ଲୀରେ ଥିବା ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଏହି ଘୋଡା ଖଞ୍ଜାଯିବ।
ଅନୁଯାୟୀ ଭରତ ରଥ ସାମ୍ନାରେ ଲାଗୁଥିବା ଦୁଇଟି ଘୋଡା ନିର୍ମାଣ କରି ରଙ୍ଗ ଲଗାଇ ଘୋଡା ଦୁଇଟିକୁ ସଜାଇ କୋଲକାତାକୁ ନେଇ ରଥରେ ଲଗାଇବା ତାଙ୍କର ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ ା ତେବେ ସେଠାରେ ଯେଉଁ ରଥ ନିର୍ମାଣ କରାଯାଇ ରଥଯାତ୍ରାରେ ବିଗ୍ରହଙ୍କୁ ବସାଇ ଟଣାଯାଉଛି ତାହା ୩ରୁ ୪ବର୍ଷ ପୂର୍ବେ ଦୋଳପୁର ଗ୍ରାମର ଭରତ ଓ ତାଙ୍କ ପୁଅ ସୁବାସ ଚନ୍ଦ୍ର ବିନ୍ଧାଣିଙ୍କ ସମେତ ଆଉ ୨ଜଣ ବଢେଇ ସେତେବେଳେ ନିଜ ଗ୍ରାମରେ ରଥ ନିର୍ମାଣ କରି ସେଠାକୁ ପଠାଇଥିଲେ। କରୁଣା ଦୁଇବର୍ଷ ପରେ ଏବେ ତାଙ୍କୁ ରଥ ଆଗରେ ଦୁଇଟି ଘୋଡା ନିର୍ମାଣ କରି ଲଗାଇବା ପାଇଁ ଭରତଙ୍କୁ ସେଠାକାର ମନ୍ଦିର ଓ ରଥ କମିଟି ବରାଦ କରିଥିବାରୁ ସେ ଦୀର୍ଘ ୧୫ଦିନ ଧରି ନିଜେ ନିମ୍ବ କାଠରେ ଘୋଡା ନିର୍ମାଣ କରିଛନ୍ତି ା ସେହି ଘୋଡାକୁ ସେ ଏଠାରୁ କୋଲକାତାକୁ ନେଇ ସେଠାକାର ରଥରେ ଖଞ୍ଜିବା ସହିତ ରଥରେ କପଡା ଓ ରଙ୍ଗ ଲଗାଇବା ପାଇଁ ତାଙ୍କୁ ବରାଦ ଆସିଛି ା ତେଣୁ କରି ସେ ଆସନ୍ତା ଶନିବାର ରାତିରେ ତିଆରି କରିଥିବା ଘୋଡା ସହିତ କୋଲକାତା ଯିବେ। ଓଡିଶାର କାରିଗରଙ୍କ ଦ୍ୱାରା ନିର୍ମାଣ ଘୋଡା ହିଁ ଜଗନ୍ନାଥଙ୍କ ରଥରେ ଲାଗିପାରିବ ବୋଲି ସେମାନଙ୍କର ବିଶ୍ୱାସ ଥିବାରୁ ସେଥିପାଇଁ ସେମାନେ ଓଡିଆ କାରିଗରୀଙ୍କଠାରୁ ଘୋଡା ନିର୍ମାଣ ପାଇଁ ବରାଦ ଦେଇଥାନ୍ତି ା ସେଠାରେ ଯେଉଁ ରଥ ଟଣାଯାଉଛି ସେହି ରଥକୁ ଭରତ ୪ ବର୍ଷ ତଳେ ନିର୍ମାଣ କରିଥିଲେ ା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଞ୍ଚଳ ହୋଇଥିବାରୁ ମମତା ଦୋଳପୁର ଗ୍ରାମର ରଥ ନିର୍ମାଣକାରୀ ଭରତଙ୍କୁ ପ୍ରଶଂସା କରିଥିଲେ ବୋଲି ପ୍ରକାଶ କରିଥିଲେ। ସେବେଠାରୁ ପ୍ରତିବର୍ଷ ରଥଯାତ୍ରା ଆସିଲେ ଓଡିଶାର ବାଲେଶ୍ୱର ଜିଲା ବାହାନଗା ବ୍ଲକ ଦୋଳପୁର ଗ୍ରାମର ଭରତ ଓ ତାଙ୍କ ପୁଅକୁ ସେ ଅଞ୍ଚଳବାସୀ ଖୋଜିଥାନ୍ତି ା ରଥରେ ରଙ୍ଗ ମାରିବାଠାରୁ ରଥ ମରାମତି ଓ କପଡା ଫିଟିଂ କରିବା ଆଦିରେ ଭରତ ପ୍ରତିବର୍ଷ ସେଠାକୁ ଯାଇ ସହାୟତା କରିଥାନ୍ତି। ସେଥିପାଇଁ ଭରତଙ୍କୁ ଉପଯୁକ୍ତ ପାରିଶ୍ରମିକ ସେମାନେ ନେଇଥାନ୍ତି। ତେବେ ଭରତ ଠାକୁରଙ୍କ କାମ ନିମନ୍ତେ କେବେ ବି ପାରିଶ୍ରମିକ ବାବଦକୁ କିଛି ଦାବି କରି ନ ଥାଏ। ତେବେ କୋଲକାତାର ରଥ ନିମନ୍ତେ ଓଡିଶାର ପଲ୍ଲୀ ଅଞ୍ଚଳ ଦୋଳପୁର ଗ୍ରାମରୁ ରଥ ଘୋଡା ନିର୍ମାଣ କରାଯାଇ ସେଠାକୁ ଯିବା ଆନନ୍ଦର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri