ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ୨ ମହିଳା ଗୁରୁତର

ଝାରସୁଗୁଡ଼ା ଅଫିସ୍‌,୪।୩: ସ୍ବାସ୍ଥ୍ୟ ବିଭାଗ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲ। ଏଥିରେ ତ୍ରୁଟି ଦେଖାଦେବାରୁ ୨ଜଣ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଦ୍ୱୟ ହେଲେ କନକତୋରା ପଞ୍ଚାୟତ କୁହାକୁଣ୍ଡା ଗ୍ରାମର ଜିତେନ ଭୋଇଙ୍କ ସ୍ତ୍ରୀ ସରିତା ଓ ପଲସଦା ପଞ୍ଚାୟତ ନାଚେନମୁରା ଗ୍ରାମର ଜୟ କୁମାର ଗୁପ୍ତାଙ୍କ ସ୍ତ୍ରୀ ଅରୁଣା।
ସୂଚନା ଅନୁଯାୟୀ ଗତ ୨୩ତାରିଖରେ ଅରୁଣାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲା। ଏହାର ୭ଦିନ ପରେ ସେ ସିଲେଇ ଖୋଲିବା ପାଇଁ ଡାକ୍ତରଖାନା ଆସିଥିଲେ। ଏହି ସମୟରେ ତାଙ୍କ ପେଟରୁ ଅନ୍ତନଳୀ ବାହାରକୁ ବାହାରି ପଡିଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ଏଭଳି ଅବସ୍ଥାରେ ଡାକ୍ତର ପୁଣି ସିଲେଇ କରିଥିଲେ। ଏବେ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ସରିତା ଗତ ମଙ୍ଗଳବାର ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଥିଲେ। ଏହି ସମୟରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏପରି କି ଏହା ବନ୍ଦ ହୋଇ ନ ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁଧବାର ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସ୍ବାମୀ ଜିତେନ କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ସରିତାଙ୍କ ଖାଦ୍ୟନଳୀ କଟିଯାଇଛି। ଏଭଳି ତ୍ରୁଟି ଅକ୍ଷମଣୀୟ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସରିତା ଆରୋଗ୍ୟ ହେଲା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଚିକିତ୍ସାଖର୍ଚ୍ଚ ବହନ କରୁ ବୋଲି ସେ ଦାବି କରିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସକ ଡା. ଲାଲା ମୋହନ ରାଉତରାୟ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ପାଉଣା ଦାବିରେ ଡିଆରଡିଏ ଅଫିସ ଘେରିଲେ ଶ୍ରମିକ

ବଲାଙ୍ଗୀର ଅଫିସ,୨୯ା୪: ବଲାଙ୍ଗୀର ଡିଆରଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘଦିନର ବକେୟା ପାଉଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବଲାଙ୍ଗୀର...

ଜବରଦଖଲ ସରକାରୀ ଜମି ବିକ୍ରି

ପଟ୍ଟାମୁଣ୍ଡାଇ,୧୮ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବହୁ ମୂଲ୍ୟବାନ ସରକାରୀ ଜମି ବିଭିନ୍ନ ସାମାଜିକ ସଂସ୍ଥା ଆଳରେ ଜମି ବ୍ୟବସାୟୀମାନେ କବ୍‌ଜା କରି ନେଉଛନ୍ତି। ପ୍ରଶାସନ ପକ୍ଷରୁ...

ପରିବହନ ବିଭାଗ ପକ୍ଷରୁ ଘରୋଇ ବସ୍‌ ଯାଞ୍ଚ

ମାଲକାନଗିରି,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରବିବାର ଜିଲାରେ ଚଳାଚଳ କରୁଥିବା ବିଭିନ୍ନ ଘରୋଇ ବସ୍‌ଗୁଡିକ ଯାଞ୍ଚ କରାଯାଇଥିଲା। ବିଶେଷକରି ଗ୍ରୀଷ୍ମପ୍ରବାହ ସମୟରେ...

ଶ୍ରେଣୀଗୃହ ଅଭାବ: ଯଜ୍ଞ ମଣ୍ଡପରେ ଶିକ୍ଷାଦାନ

ମହାକାଳପଡା, ୭ା୯ (ଡି.ଏନ୍‌.ଏ.): ସର୍ବଶିକ୍ଷା ଅଭିଯାନ ଯୋଜନାରେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ତୃଣମୂଳ ସ୍ତରରେ ଫେଲ୍‌ ମାରିଛି। ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସରକାର...

ଇତିହାସ ଅଧ୍ୟାପକ ପରୀକ୍ଷା ବାତିଲ୍‌ କଲେ ହାଇକୋର୍ଟ: ସାନି ପରୀକ୍ଷା ପାଇଁ ଆଦେଶ

କଟକ ଅଫିସ, ୧୯।୧୨ : ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିମନ୍ତେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ...

ବେଆଇନ ମେଡିସିନ ବିକ୍ରି ଅଭିଯୋଗ : ହୋମିଓପାଥିତ୍କ ଡାକ୍ତର ଗିରଫ

କୋରାପୁଟ,୨୬।୧୦(ସ୍ବ.ପ୍ର.) : କୋରାପୁଟ ସହରର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏକ ହୋମିଓପାଥିକ୍‌ କ୍ଲିନିକ୍‌ରେ ବେଆଇନ ମେଡିସିନ୍‌ ରଖିବା ଅଭିଯୋଗରେ ଶନିବାର କୋରାପୁଟ ଟାଉନ ପୋଲିସ ଜଣେ...

ପଥରମୁଣ୍ଡାରେ ରହିବେ ଜରଡ଼ା ବାସିନ୍ଦା

ଅନୁଗୋଳ ଅଫିସ୍‌, ୧୪।୨ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର୍‌ପିଡିଏସି ଅଧ୍ୟକ୍ଷ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୧୧ତମ...

ବେଆଇନ ଭାବେ ଗୋରୁ ହସ୍ତାନ୍ତର ଘଟଣା: ରାଜରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ବେଆଇନ ଗୋରୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ସୋମବାର ବିଳମ୍ବିତ ରାତିରେ ଜଳେଶ୍ୱରସ୍ଥିତ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଜନସାଧାରଣ ଅଟକାଇ ଜଳେଶ୍ୱର ପୋଲିସକୁ...

Advertisement
Archives

Model This Week