ରସାୟନ ବିଜ୍ଞାନରେ ୨ ମହିଳାଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ,୭।୧୦-ରସାୟନ ବିଜ୍ଞାନରେ ୨୦୨୦ ବର୍ଷ ପାଇଁ ୨ ଜଣ ମହିଳାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ଫ୍ରାନ୍ସର ବୈଜ୍ଞାନିକ ଇମାନୁଏଲ କାରପେଣ୍ଟିୟର ଏବଂ ଆମେରିକାର ବୈଜ୍ଞାନିକ ଜେନିଫର ଏ ଡୌଡନା। ଏ ନେଇ ନୋବେଲ ପୁରସ୍କାର ବିତରଣ କମିଟି ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଉଭୟେ ଜେନୋମ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ କରିଛନ୍ତି । ଯାହା କି ବିଶ୍ୱ ରସାୟନିକ ବିଜ୍ଞାନ କ୍ଷେତ୍ରରେ ଏକ ବଡ ସଫଳତା ବୋଲି କୁହାଯାଉଛି।

Share