ଆରଡ଼ି ପଞ୍ଚାୟତରେ ଦ୍ୱିମୁଖୀ ଲଢ଼େଇ

ଆରଡ଼ି, ୭ା୨ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତରେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ରହିଥିବା ବେଳେ ଏଥର ୫ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବର୍ତ୍ତମାନ ସରପଞ୍ଚ ଥିବା ଅରବିନ୍ଦ ପାଢ଼ୀଙ୍କ ସ୍ତ୍ରୀ ମିନତି ପାଢ଼ୀ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଭାବେ ଲଢୁଛନ୍ତି। ଅନ୍ୟପକ୍ଷେ ଜଣେ ଅଣରାଜନୈତିକ ପରିବାରରୁ ଶ୍ରଦ୍ଧାଞ୍ଜଳି ପାଢ଼ୀଙ୍କୁ ଭାଜପା ପ୍ରାର୍ଥୀ ରୂପେ ସମର୍ଥନ ଯୋଗାଇଛି। ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ଚାଲିଥିବା ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଞ୍ଜଳିଙ୍କ ପ୍ରଚାରରେ ବହୁ ଯୁବକ ସାମିଲ ହେଉଥିବା ଦେଖିବାକୁ ମିଳିଛି। ସେହିପରି କଂଗ୍ରେସ ମଧ୍ୟ ଏଠାରେ ପ୍ରାର୍ଥୀ ନ ଦେଇ ଶ୍ରଦ୍ଧାଞ୍ଜଳିଙ୍କୁ ସମର୍ଥନ ଯୋଗାଇଛି। ଅନ୍ୟପକ୍ଷେ ଭାଜପାରୁ ଜଣେ ପୂର୍ବତନ ସରପଞ୍ଚ, ଜଣେ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ଓ ଜଣେ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କୁ ଏଥର ସାଥୀରେ ରଖି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଆଶା ରଖିଛନ୍ତି। ତେବେ ଏହି ପଞ୍ଚାୟତରେ ବିକାଶ ନଁାରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଭାଜପା ଅଭିଯୋଗ କରିବା ସହ ଚଳିତ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି ଦଳୀୟ ନେତା ଦେବଦତ୍ତ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri