ମୌଳିକ ସୁବିଧା ନ ମିଳିବାରୁ ଭୋଟ ଦେଲୁନାହିଁ

ନବରଙ୍ଗପୁର,୧୯।୨(ବି.ପ୍ର.): ଭୋଟ ବର୍ଜନ କଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ୧୪ନମ୍ବର ୱାର୍ଡ ଲଦିପଦର ଓ ବରଡ଼ାଯୋଡ଼ି ଗ୍ରାମବାସୀ। ମୌଳିକ ସୁବିଧା ପାଉ ନ ଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ ବର୍ଜନ କରଛନ୍ତି।

ଶିକ୍ଷା, ପାନୀୟଜଳ ଓ ଗମନାଗମନ ସୁବିଧା ପାଉ ନ ଥିବା ନେଇ ଲଦିପଦର ଓ ବରଡ଼ାଯୋଗୀ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ଲଦିପଦର ଓ ବରଡ଼ାଯୋଡ଼ି ଗ୍ରାମଟି ତେନ୍ତୁଳଖୁଣ୍ଟି ବ୍ଲକ ସଦର ମହକୁମା ପଞ୍ଚାୟତ ମଧ୍ୟରେ ଆସୁଥିଲେ ମଧ୍ୟ ଗ୍ରାମକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ସେଠାକୁ ଯିବାକୁ ହେଲେ ପାହାଡ଼ିଆ ଅଞ୍ଚଳର ପଥର ରାସ୍ତା। ପାଦରେ ଚାଲିଚାଲି ଗଲେ ମଧ୍ୟ ଅସୁବିଧା ହେଉଛି। ଏଠାକାର ଲୋକେ ସ୍ବାସ୍ଥ୍ୟସେବା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ବରଡ଼ାଯୋଡ଼ି ଗାଁରେ ସ୍କୁଲଟିଏ ନାହିଁ। ଉକ୍ତ ଦୁଇ ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହୋଇନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ପୋଲିଂ ପାର୍ଟି ଓ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ ବରଡ଼ାଯୋଡ଼ି ଗ୍ରାମରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଶୁକ୍ରବାର ପୋଲିଂ ପାର୍ଟି ସମସ୍ତ ପ୍ରକାର ପ୍ରସ୍ତୁତି କରି ଭୋଟରଙ୍କୁ ଜଗି ରହିଥିବାବେଳେ କେହି ଜଣେ ହେଲେ ମଧ୍ୟ ଏଠାକୁ ଭୋଟ ଦେବାକୁ ଆସି ନ ଥିଲେ। ଏହି ୨ ଗ୍ରାମରେ ୧୮୨ ଜଣ ଭୋଟର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?