Categories: ଫୁରସତ

ଏହି ଯୁବତୀଙ୍କର ରହିଛି ଦୁଇ ଯୌନାଙ୍ଗ, ଦୁଇ ଗର୍ଭାଶୟ; ୧୮ ବର୍ଷ ପରେ ଜଣାପଡ଼ିଲା…

ମେଡିକାଲ ସାଇନ୍ସରେ ଏକ ପ୍ରଥମ ଘଟଣା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀଙ୍କର ଦୁଇଟି ଯୌନାଙ୍ଗ ଏବଂ ଦୁଇଟି ଗର୍ଭାଶୟ ରହିଛି। ଏପରିକି ତାଙ୍କର ଦୁଇଥର ମାସିକ ଋତୁସ୍ରାବ ହୋଇଥାଏ। ବେଳେବେଳେ ସପ୍ତାହରେ ମଧ୍ୟ ହୋଇଥାଏ। ଯାହା ଦୁନିଆରେ ମହିଳାଙ୍କଠାରେ କ୍ୱଚିତ୍‌ ଦେଖାଯାଏ।

ପେନ୍‌ସିଲଭେନିଆରେ ରହୁଥିବା ୨୦ ବର୍ଷୀୟା ପ୍ୟାଗୀ ଡିଏଞ୍ଜେଲୋଙ୍କ ଗର୍ଭାଶୟରେ ଏକ ବିଶେଷ ସମସ୍ୟା ରହିଛି। ଦୁଇଟି ପ୍ରଜନନ ପ୍ରଣାଳୀ ସହିତ ସେ ଜନ୍ମ ହୋଇଥିଲେ। ଏଥିପାଇଁ ତାଙ୍କର ଦୁଇଟି ଗର୍ଭାଶୟ ଏବଂ ଦୁଇଟି ଯୌନାଙ୍ଗ ରହିଛି। ଏହି କାରଣରୁ ପ୍ୟାଗୀଙ୍କ ମାସକୁ ଦୁଇଥର ଋତୁସ୍ରାବ ହୋଇଥାଏ।

ପ୍ୟାଗୀ ଅଜବ ଶାରୀରିକ ସମସ୍ୟା ଜାଣିଲେ ଯେତେବେଳେ ସେ ୧୮ ବର୍ଷର ହେଲେ। ମାସକୁ ଦୁଇଥର ଋତୁସ୍ରାବ ହେବାରୁ ସେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଗଲେ। ଏହା ପରେ ଏସବୁ ଜଣାପଡ଼ିଥିଲା। ଡାକ୍ତର କୁହନ୍ତି, ଏହା ଏକ ବିରଳ ଘଟଣା।

Share