ବଡ଼ ଖୁଲାସା: ଖାଲି ୩୫୦+ ଡ୍ରୋନ୍‌ ନୁହେଁ, ପାକିସ୍ତାନ ସେନାକୁ ବିଧିବଦ୍ଧ ତାଲିମ ଦେଇଥିଲା ତୁର୍କୀ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନ ଉପରେ ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ଅପରେସନ ‘ସିନ୍ଦୂର’ରେ ତୁର୍କୀର ୨ ଜଣ ସାମରିକ କର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ତୁର୍କୀ କେବଳ ୩୫୦ରୁ ଅଧିକ ଡ୍ରୋନ ଦେଇ ଭାରତ ବିରୁଦ୍ଧରେ ଉତ୍ତେଜନା ସମୟରେ ପାକିସ୍ତାନକୁ ସାହାଯ୍ୟ କରିନଥିଲା, ବରଂ ଅପରେଟର(ପରାମର୍ଶଦାତା)ମାନଙ୍କୁ ପଠାଇ ସାହାଯ୍ୟ କରିଥିଲା।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅପରେଶନ ‘ସିନ୍ଦୂର’ ପରେ ତୁର୍କୀର ପରାମର୍ଶଦାତାମାନେ ପାକିସ୍ତାନୀ ସେନା ଅଧିକାରୀମାନଙ୍କୁ ଭାରତ ଉପରେ ଡ୍ରୋନ ଆକ୍ରମଣ କିଭକଳି କରାଯିବ ସେଥିରେ ସାହାଯ୍ୟ କରିଥିଲେ। ତେବେ ପାକିସ୍ତାନ ଭାରତ ବିରୁଦ୍ଧରେ ବେରାକ୍ଟର୍‌ TB୨ ଏବଂ YIHA ଡ୍ରୋନ ବ୍ୟବହାର କରିଥିଲା। ଡ୍ରୋନ୍‌ଗଗୁଡ଼ିକୁ ଲକ୍ଷ୍ୟ ନିର୍ଣ୍ଣୟ ଏବଂ ସମ୍ଭାବ୍ୟ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିଲା।

ବିଗତ କିଛିବର୍ଷ ମଧ୍ୟରେ ପାକିସ୍ତାନ ସହିତ ତୁର୍କୀର ରଣନୈତିକ ପ୍ରତିରକ୍ଷା ସମ୍ପର୍କ ଚିନ୍ତାଜନକ ହାରରେ ବୃଦ୍ଧି ପାଇଛି। ତୁର୍କୀ ସରକାର କେବଳ ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେର୍‌ ଯୋଗାଉ ନାହାନ୍ତି ବରଂ ପାକିସ୍ତାନର ସେନାକୁ ସେଗୁଡ଼ିକ ବ୍ୟବହାର ଲାଗି ତାଲିମ ମଧ୍ୟ ଦେଉଛନ୍ତି।

ବିଶେଷଜ୍ଞଙ୍କ ମତରେ କୋଭିଡ-୧୯ ପରେ ଭାରତୀୟ ରପ୍ତାନିର ପ୍ରସାର ତୁର୍କୀକୁ ଏହାର ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ତୁର୍କୀକୁ ରପ୍ତାନି ହେଉଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ଆଲୁମିନିୟମ, ଅଟୋ ଉପାଦାନ, ବିମାନ, ଟେଲିକମ ଉପକରଣ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ଏବଂ ଉପକରଣ ଆଦି ରହିଛି। ଏହା ଡ୍ରୋନ ଉତ୍ପାଦନ ବୃଦ୍ଧି ପଛରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri