ବଡ଼ ଖୁଲାସା: ଖାଲି ୩୫୦+ ଡ୍ରୋନ୍‌ ନୁହେଁ, ପାକିସ୍ତାନ ସେନାକୁ ବିଧିବଦ୍ଧ ତାଲିମ ଦେଇଥିଲା ତୁର୍କୀ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନ ଉପରେ ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ଅପରେସନ ‘ସିନ୍ଦୂର’ରେ ତୁର୍କୀର ୨ ଜଣ ସାମରିକ କର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ତୁର୍କୀ କେବଳ ୩୫୦ରୁ ଅଧିକ ଡ୍ରୋନ ଦେଇ ଭାରତ ବିରୁଦ୍ଧରେ ଉତ୍ତେଜନା ସମୟରେ ପାକିସ୍ତାନକୁ ସାହାଯ୍ୟ କରିନଥିଲା, ବରଂ ଅପରେଟର(ପରାମର୍ଶଦାତା)ମାନଙ୍କୁ ପଠାଇ ସାହାଯ୍ୟ କରିଥିଲା।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅପରେଶନ ‘ସିନ୍ଦୂର’ ପରେ ତୁର୍କୀର ପରାମର୍ଶଦାତାମାନେ ପାକିସ୍ତାନୀ ସେନା ଅଧିକାରୀମାନଙ୍କୁ ଭାରତ ଉପରେ ଡ୍ରୋନ ଆକ୍ରମଣ କିଭକଳି କରାଯିବ ସେଥିରେ ସାହାଯ୍ୟ କରିଥିଲେ। ତେବେ ପାକିସ୍ତାନ ଭାରତ ବିରୁଦ୍ଧରେ ବେରାକ୍ଟର୍‌ TB୨ ଏବଂ YIHA ଡ୍ରୋନ ବ୍ୟବହାର କରିଥିଲା। ଡ୍ରୋନ୍‌ଗଗୁଡ଼ିକୁ ଲକ୍ଷ୍ୟ ନିର୍ଣ୍ଣୟ ଏବଂ ସମ୍ଭାବ୍ୟ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିଲା।

ବିଗତ କିଛିବର୍ଷ ମଧ୍ୟରେ ପାକିସ୍ତାନ ସହିତ ତୁର୍କୀର ରଣନୈତିକ ପ୍ରତିରକ୍ଷା ସମ୍ପର୍କ ଚିନ୍ତାଜନକ ହାରରେ ବୃଦ୍ଧି ପାଇଛି। ତୁର୍କୀ ସରକାର କେବଳ ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେର୍‌ ଯୋଗାଉ ନାହାନ୍ତି ବରଂ ପାକିସ୍ତାନର ସେନାକୁ ସେଗୁଡ଼ିକ ବ୍ୟବହାର ଲାଗି ତାଲିମ ମଧ୍ୟ ଦେଉଛନ୍ତି।

ବିଶେଷଜ୍ଞଙ୍କ ମତରେ କୋଭିଡ-୧୯ ପରେ ଭାରତୀୟ ରପ୍ତାନିର ପ୍ରସାର ତୁର୍କୀକୁ ଏହାର ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ତୁର୍କୀକୁ ରପ୍ତାନି ହେଉଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ଆଲୁମିନିୟମ, ଅଟୋ ଉପାଦାନ, ବିମାନ, ଟେଲିକମ ଉପକରଣ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ଏବଂ ଉପକରଣ ଆଦି ରହିଛି। ଏହା ଡ୍ରୋନ ଉତ୍ପାଦନ ବୃଦ୍ଧି ପଛରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri