ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ, ଘଟଣାସ୍ଥଳରେ ଉତ୍ତେଜନା: ପୋଲିସ ଫୋର୍ସ ମୁତୟନ

କେନ୍ଦୁଝର,୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଦୈତାରୀ ଲୁହାପଥର ଖଣିରେ ଲୋଡିଂ ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୨ ଏସ୍‌ଡିପିଓ, ୪ ଇନ୍ସପେକ୍ଟରଙ୍କ ସହ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନି

ପ୍ରକାଶ ଯେ, ଉକ୍ତ ଖଣିରୁ ଲୁହାପଥର ପରିବହନ ପାଇଁ ଏକ ଟ୍ରକ ସଂଘ ରହିଥିଲା। ଏବେ ଆଉ ଏକ ନୂଆ ଟ୍ରକ ମାଲିକ ସଂଘ ଗଠନ କରାଯାଇଛି । କିଛି ଟ୍ରକ ମାଲିକ ଖଣିରୁ ଲୁହାପଥର ପରିବହନ ଦାୟିତ୍ୱ ହାତେଇବା ପାଇଁ ନୂଆ ସଂଘ କରିଥିବା ଏବଂ ଖଣି କାର୍ଯ୍ୟରୁ ପୁରୁଣା ସଂଘକୁ ବାଦ୍‌ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଇଛି ।

ଏନେଇ ସୋମବାର ଟୋକନ ବଣ୍ଟନକୁ ନେଇ ଦୁଇ ସଂଘ ମଧ୍ୟରେ ମହାଁମୁହିଁ ପରିସ୍ଥିତି ଉପୁଜି ଥିଲା । ନୂଆ ସଂଘ ସମ୍ପୂର୍ଣ୍ଣ ବେଆଇନ ଏବଂ ସରକାରୀ ଅଧିକାରୀଙ୍କୁ ଚଞ୍ଚକତା କରି ଏହାର ପଞ୍ଜିକରଣ କରିଥିବା ପୁରୁଣା ସଂଘର ସଦସ୍ୟମାନେ ଅଭିଯୋଗ କରୁଥିବା ବେଳେ ପୁରୁଣା ଟ୍ରକ ମାଲିକ ସଂଘ ବ୍ୟାପକ ଦୁର୍ନୀତିରେ ବୁଡି ରହି ଟ୍ରକ ମାଲିକଙ୍କୁ ଶୋଷଣ କରୁଥିବା ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ କରୁ ନ ଥିବା ନୂଆ ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି ।

ଏହାକୁ ନେଇ ଦୈତାରୀ ଲୁହାପଥର ଖଣିରେ ଉତ୍ତେଜନା ଲାଗି ରହିଛି । ଏହି ଘଟଣାକୁ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏପରିକି ପୋଲିସ ରାସ୍ତାରେ ଗାଡ଼ି ଅଟକାଇ ଯାତାୟତ କରୁଥିବା ଲୋକଙ୍କୁ ଯାଞ୍ଚ କରି ଛାଡୁଥିବା ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ରହୁଥିବାରୁ ପୋଲିସ ଘଟଣାସ୍ଥଳରେ ସଜାଗ ରହିଛି। ଅତିରିକ୍ତ ଏସ୍‌ପି ଦିଲୀପ କୁମାର ନାୟକ କହିଛନ୍ତି, ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି। ନିଷ୍ପତ୍ତି ଅନୁଯାୟୀ ଖଣିଜ ପଥର କ୍ରେତା ଟୋକନ୍‌ ବାଣ୍ଟୁଛନ୍ତି। ଫଳରେ ଲୁହାପଥର ପରିବହନ ସ୍ବାଭାବିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri