Categories: ଖେଳ

ଆଉ ନାହାନ୍ତି ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ରେସଲର୍‌

ୱାଶିଂଟନ,୧୬।୩: ଆଉ ନାହାନ୍ତି ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିଅନ ତଥା ଲିଜେଣ୍ଡ ରେସଲର୍‌ ସ୍କଟ ହଲ୍‌। ୬୩ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଗତ ସପ୍ତାହରେ ହଲ୍‌ଙ୍କ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ କରାଯାଇଥିଲା। ହେଲେ ଏହି ସମୟରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ଦୁଇଦିନ ପୂର୍ବେ ଅବସ୍ଥା ଗୁରୁତର ହୋଇଥିଲା। ଏପରିକି ସେ ତିନି ଥର ହୃଦଘାତର ଶିକାର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ହଲ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାରଙ୍କ ମଧ୍ୟରୁ ଜଣେ। ସେ ଦୁଇ ଥର ୱାଲର୍‌ଡ ଚାମ୍ପିଅନ୍‌ଶିପ ଜିତିଛନ୍ତି। ୧୯୫୮ ମସିହାରେ ଆମେରିକାରେ ଜନ୍ମିତ ସ୍କଟ ୧୯୯୧ରେ ୱାଲର୍‌ଡ ଚାମ୍ପିଅନ ରେସ୍ଲିଂରେ ସାମିଲ ହୋଇଥିଲେ। ୧୯୯୨ରେ ଡବ୍ଲ୍ୟୁଡବ୍ଲ୍ୟୁଇ ତାଙ୍କୁ ଚୁକ୍ତି କରିଥିଲା। ଏହାପରେ ସେ ରେଜର ରାମନ୍‌ ନାମରେ ପରିଚିତ ହୋଇଥିଲେ। ଡବ୍ଲ୍ୟୁଡବ୍ଲ୍ୟୁଇରେ ହଲ୍‌ ଚାରିଥର ଇଣ୍ଟରକଣ୍ଟିନେଣ୍ଟାଲ ଚାମ୍ପିଅନ ହୋଇଥିଲେ।

Share