Categories: ଜାତୀୟ

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୧୬।୧୨: ଜମ୍ମୁ-କଶ୍ମୀରର କୁଲଗାମରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ ସେମାନେ ପ୍ରଥମେ ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷାର୍କମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଜମ୍ମୁ-କଶ୍ମୀର ପୋଲିସର ମୁଖପାତ୍ରଙ୍କ ଅନୁଯାୟୀ, ପୁଲୱାମାର ଉଜରମପାଇରି ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ଗୁପ୍ତ ସୂଚନା ମିଳିବା ପରେ ଡିସେମ୍ବର ୧୪ ଏବଂ ଡିସେମ୍ବର ୧୫ର ମଧ୍ୟବର୍ତ୍ତୀ ରାତିରେ ମିଳିତ ସୁରକ୍ଷାକର୍ମୀ ଏହି ଅଞ୍ଚଳକୁ ଘେରି ରହିଥିଲେ।

ନିହତ ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ ରାଇଫଲ ଏବଂ ତିନୋଟି ମାଗାଜିନ୍‌ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଗୋଳା ଜବତ କରାଯାଇଛି ବୋଲି ସେ କହିଛନ୍ତି।

Share