Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୨ ଆତଙ୍କବାଦୀ ମୃତ

ଅୱନ୍ତିପୋରା,୨୦ ।୮: ଜମ୍ମୁ-କଶ୍ମୀର ଅୱନ୍ତିପୋରାର ପାମ୍ପୋର ଅଞ୍ଚଳରେ ସୁରକ୍ଷାକର୍ମଙ୍କୁ ବଡ ସଫଳତା ମିଳିଛି । ସେଠାରେ ଚାଲିଥିବା ଏକ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ନିକଟରୁ ବହୁ ପରିମାଣର ମାରଣାସ୍ତ୍ର ଓ ଅପରାଧିକ ମାମଲାରେ ବ୍ୟବହୃତ କିଛି ଜିନିଷ ଜବତ କରାଯାଇଛି । ଏନକାଉଣ୍ଟର ଚାଲିଥିବାରୁ ଅନୁମାନ କରାଯାଉଛି କି ଉକ୍ତ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅର୍ଥାତ୍ ସ୍ୱାଧିନତା ଦିବସର ଠିକ୍ ୨ ଦିନ ପୂର୍ବରୁ ଅଗଷ୍ଟ ୧୩ରେ ଜମ୍ମୁ-କଶ୍ମୀରର କୁଲଗାମରେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

Share