Categories: ଜାତୀୟ

ସୁପ୍ରିମକୋର୍ଟର ୨ ବିଚାରପତି ଶପଥ ନେଲେ

ନୂଆଦିଲ୍ଲୀ,୧୦।୫: ସୁପ୍ରିମକୋର୍ଟର ନବନିଯୁକ୍ତି ୨ ବିଚାରପତି ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ଜାମସେଦ ବି ପର୍ଡିଓ୍ବାଲା ସୋମବାର ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କୁ ମିଶାଇ ସର୍ବୋଚ୍ଚ ଅଦାଲତର ବିଚାରପତି ସଂଖ୍ୟା ୩୪ରେ ପହଞ୍ଚତ୍ଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ସୁପ୍ରିମକୋର୍ଟ କମ୍ପ୍ଲେକ୍ସରେ ନବନିର୍ମିତ ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ଜଷ୍ଟିସ୍‌ ଧୁଲିଆ ଏବଂ ଜଷ୍ଟିସ ପର୍ଡିଓ୍ବାଲାଙ୍କୁ ଶପଥ ପାଠ କରାଇଥିଲେ। ସିଜେଆଇଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ଦୁଇ ହାଇକୋର୍ଟ ବିଚାରପତିଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ଦେବା ଲାଗି ଆଇନ ମନ୍ତ୍ରଣାଳୟକୁ ସୁପାରିସ କରିଥିଲେ। ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ଶନିବାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। ସିଜେଆଇ ତାଙ୍କ ସଂକ୍ଷିପ୍ତ କାର୍ଯ୍ୟକାଳ ମଧ୍ୟରେ ସର୍ବୋଚ୍ଚ ଅଦାଲତର ୧୧ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇ ଇତିହାସ ସୃଷ୍ଟି କରିଛନ୍ତି।

Share