ଦୁଇ ମହାଶକ୍ତି ମୁହଁ।ମୁହିଁ

ଓ୍ବାଶିଂଟନ/ବେଜିଂ,୨୧।୯: ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆକୁ ନେଇ ନବଗଠିତ ‘ଅକସ୍‌’ ମେଣ୍ଟ ଚାଇନାର ବଢ଼ିଚାଲିଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମତରେ ଏକବିଂଶ ଶତାବ୍ଦୀରେ ବିଶ୍ୱର ଗଣତାନ୍ତ୍ରିକ ଓ ଏକଚ୍ଛତ୍ରବାଦୀ ରାଷ୍ଟ୍ରଗୁଡ଼ିକର ଉପଯୋଗିତା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇଛି। ବିଶେଷଜ୍ଞମାନେ ଏହାକୁ ଆଉ ଏକ ଶୀତଳଯୁଦ୍ଧ ଭାବେ ଅଭିହିତ କରିଛନ୍ତି। ଚାଇନା ମଧ୍ୟ ଆମେରିକାର ଆଭିମୁଖ୍ୟକୁ ‘ଶୀତଳଯୁଦ୍ଧ ମାନସିକତା’ ବୋଲି କହିଛି। ତେବେ ନୂଆ ଶୀତଳଯୁଦ୍ଧ ମଝିରେ ଫସିଯାଇଛି ଫ୍ରାନ୍ସ।

ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଚାଇନା ମଧ୍ୟରେ ପୁଣି ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ଏଥର ଏହାର ମୂଳରେ ରହିଛି ‘ଅକସ୍‌’ ଚୁକ୍ତି। ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଏହି ରାଜିନାମା ଅନୁସାରେ କାନ୍‌ବେରାକୁ ଆଣବିକ ଶକ୍ତି ସମ୍ପନ୍ନ ସବ୍‌-ମରିନ ମିଳିବ। ଏଥିଯୋଗୁ ଫ୍ରାନ୍ସ ସହ ସ୍ବାକ୍ଷରିତ ବହୁ କୋଟି ଡଲାର ଡିଲ୍‌କୁ ଅଷ୍ଟ୍ରେଲିଆ ବାତିଲ କରିଛି। ତେବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆସୁଥିବା ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ଚାଇନାର କ୍ରମବର୍ଦ୍ଧିଷ୍ଣୁ ସାମରିକ ଶକ୍ତିକୁ ପ୍ରତିହତ କରିବା ପାଇଁ ଏହା ଆମେରିକାର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି। କାରଣ ଆସନ୍ତା ୨୪ ତାରିଖରେ ଓ୍ବାଶିଂଟନରେ ହେବାକୁ ଥିବା କ୍ୱାଡ୍‌ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗଦେବେ। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଅକସ୍‌ ଗଠନ କରି ଚାଇନାକୁ ଚ୍ୟାଲେଞ୍ଜ ଦେଇଛନ୍ତି।
ସହ ଆମେରିକାର ଶତ୍ରୁତା ବହୁ ପୁରୁଣା। ବିଶ୍ୱର ନମ୍ବର ଓ୍ବାନ୍‌ ହେବା ପାଇଁ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଥାଏ। ବିଶେଷକରି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଥିବାବେଳେ ‘ଆମେରିକା ଫାଷ୍ଟ’ ନୀତିକୁ ନେଇ ଚାଇନା ବିରୋଧୀ ଆଭିମୁଖ୍ୟ ପୋଷଣ କରୁଥିଲେ। ତାଙ୍କ ସମୟରେ ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଚରମସୀମାରେ ପହଞ୍ଚତ୍ଥିଲା। ଟ୍ରମ୍ପ୍‌ ବେଜିଂ ଉପରେ ଅନେକ ଟାରିଫ୍‌ କଟକଣା ଜାରି କରି ଚାଇନାର ଆର୍ଥିକ ଓ ବୈଷୟିକ ପ୍ରଗତିକୁ ରୋକିବାକୁ ଉଦ୍ୟମ କରିଥିଲେ। ତେବେ ଗତ ଜାନୁୟାରୀରେ ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଆମେରିକାର ଆଭିମୁଖ୍ୟ ବଦଳିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ବାଇଡେନ୍‌ ମଧ୍ୟ ତାଙ୍କ ପୂର୍ବସୂରୀଙ୍କ ପଦାଙ୍କ ଅନୁସରଣ କରି ବିଶ୍ୱରେ ଆମେରିକାର ଆଧିପତ୍ୟ ବଜାୟ ରଖିବାକୁ ଉଦ୍ୟମ କରିଛନ୍ତି। ଏହି କ୍ରମରେ ସେ ଗତ ୧୫ ତାରିଖରେ ଅଷ୍ଟ୍ରେଲିଆକୁ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜର ଟେକ୍ନୋଲୋଜି ଦେବାକୁ ରାଜି ହୋଇଛନ୍ତି। ଫଳରେ ୨୦୧୬ରେ ଫ୍ରାନ୍ସ ସହ ଅଷ୍ଟ୍ରେଲିଆ କରିଥିବା ୯୦ ବିଲିୟନ୍‌ ଡଲାରର ପ୍ରତିରକ୍ଷା ଚୁକ୍ତିକୁ ବାତିଲ କରିଦେଇଛି।
ବିଶ୍ୱର ଦୁଇ ସୁପରପାଓ୍ବାର ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏହାକୁ ଏଡ଼ାଇବା ପାଇଁ ଉଭୟ ଆମେରିକା ଓ ଚାଇନାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସୋମବାର ପରାମର୍ଶ ଦେଇଛନ୍ତି। ସୁଇଜରଲାଣ୍ଡର ଜେନେଭାସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗୁଟେରେସ୍‌ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, ଆମେରିକା-ଚାଇନା ମଧ୍ୟରେ ଆଗକୁ ଏକ ସମ୍ଭାବ୍ୟ ଶୀତଳଯୁଦ୍ଧ ହୋଇପାରେ। ଏହାର ପରିଣାମ ବିଶ୍ୱରେ ଅଶାନ୍ତି ବୃଦ୍ଧିର କାରଣ ପାଲଟିବ ବୋଲି ସେ ଚେତାଇ ଦେଇଛନ୍ତି। ବିଶ୍ୱର ଦୁଇ ବଡ଼ ଅର୍ଥନୀତି ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ, କାରିଗରି, ମାବାଧିକାର, ଅନ୍‌ଲାଇନ୍‌ ସିକ୍ୟୁରିଟି ଏବଂ ଦକ୍ଷିଣ ଚାଇନା ସାଗରରେ ସାର୍ବଭୌମତ୍ୱ ଉପରେ ଗୁରୁତ୍ୱ ଦେବା ଉଚିତ। ସେମାନେ ଏପରି କରିବା ପରିବର୍ତ୍ତେ ପରସ୍ପର ସହ ମୁହଁାମୁହିଁ ହୋଇ ଲଢ଼ୁଛନ୍ତି, ଯାହାକି ଦୁର୍ଭାଗ୍ୟଜନକ ବୋଲି ଗୁଟେରେସ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଆମେରିକା-ବ୍ରିଟେନ୍‌-ଅଷ୍ଟେଲିଆ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ଉତ୍ତର କୋରିଆର ପ୍ରତିକ୍ରିୟା ଆସିଛି। ଉତ୍ତର କୋରିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଚୁକ୍ତି ଫଳରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରତିରକ୍ଷା ସନ୍ତୁଳନ ବିଗିଡ଼ିଯିବ। ଏହା ଆଣବିକ ଅସ୍ତ୍ରଶସ୍ତ୍ର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିର କାରଣ ପାଲଟିବ।

 

ଜିନ୍‌ପିଙ୍ଗ୍‌ଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଦେଶ ଗସ୍ତରୁ ଦୂରେଇ ରହିବା ଏବଂ କେବଳ ଫୋନ୍‌ରେ କଥାହେଉଥିବାରୁ ସେ ଅସୁସ୍ଥ ଥିବା କୁହାଯାଉଛି। ରିପୋର୍ଟ ଅନୁସାରେ ଜିନ୍‌ପିଙ୍ଗ ୬୦୦ ଦିନ ଭିତରେ ଗୋଟିଏ ହେଲେ ବିଦେଶ ଗସ୍ତ କରିନାହାନ୍ତି। ନିକଟରେ ସେ ତିବ୍ବତ ଯାଇଥିଲେ। ତେବେ ତିବ୍ବତକୁ ଚାଇନା ନିଜର ବୋଲି ଦାବି କରୁଥିବାରୁ ତାହାକୁ ବେଜିଂ ଫରେନ୍‌ ଟୁର ବୋଲି ମାନି ନ ଥାଏ। ୟୁଏସ୍‌ ଟୁଡେ ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ, ଜିନ୍‌ପିଙ୍ଗ କୌଣସି ବିଦେଶୀ ନେତାଙ୍କୁ ବ୍ୟକ୍ତିଗତ ଭାବେ ଦେଖା କରୁନାହାନ୍ତି। ଏଥିସହ ଥିବା କୌଣସି ବାହାର ନେତା କିମ୍ବା ଅଧିକାରୀ ଜିନ୍‌ପିଙ୍ଗଙ୍କ ସହ ସାକ୍ଷାତ କରିବା ଭଳି କାର୍ଯ୍ୟକ୍ରମ ମଧ୍ୟ ରଖାଯାଉନାହିଁ। ରାଷ୍ଟ୍ରପତିଙ୍କ ତରଫରୁ ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ବିଦେଶୀ ଅଧିକାରୀଙ୍କୁ ଦେଖା କରୁଛନ୍ତି। ଜିନ୍‌ପିଙ୍ଗ ୨୦୧୯ ମାର୍ଚ୍ଚରେ ଇଟାଲୀ, ମୋନାକେ ଏବଂ ଫ୍ରାନ୍ସ ଗସ୍ତ କରିଥିଲେ। ଏହି ସମୟରେ ସେ ଅସୁସ୍ଥ ଥିବା ନେଇ ମଧ୍ୟ ଖବର ସାମ୍‌ନାକୁ ଆସିଥିଲା। ଏହା ପରଠାରୁ ସେ ରୁଷିଆ, ଫ୍ରାନ୍ସ, ଜର୍ମାନୀ ସମେତ ୬୦ ରାଷ୍ଟ୍ର ମୁଖ୍ୟଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri