ଟ୍ୟୁଶନ୍‌ ସାରଙ୍କ ନାଁରେ ୨ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଦୁଇ ଜଣ ଛାତ୍ରୀଙ୍କୁ ଜଣେ ଟ୍ୟୁଶନ୍‌ ମାଷ୍ଟର ଅପହରଣ କରିନେଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଟ୍ୟୁଶନ୍‌ ସାର୍‌ଙ୍କ ନାଁରେ ଏକ ଅପହରଣ ମାମଲା (ନଂ.୪୩୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଟ୍ୟୁଶନ୍‌ ମାଷ୍ଟର ହେଲେ ଗୋପାଳକୃଷ୍ଣ ବଦାତିଆ। ତାଙ୍କ ଘର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ। ସେ ବଡ଼ଗଡ଼ ଥାନା ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ଘରୁ ପଳାଇଥିବା ଛାତ୍ରୀଦ୍ୱୟ ଭଉଣୀ। ସେମାନେ ପରିବାର ସହ ବଡ଼ଗଡ଼ ଥାନା ଅଞ୍ଚଳ ମାଝି ସାହିରେ ରୁହନ୍ତି। ବଡ଼ ଝିଅ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ସାନ ଝିଅ ୮ମ ଶ୍ରେଣୀରେ ପଢୁଛନ୍ତି। ଅପରପକ୍ଷରେ ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ୨ ଝିଅଙ୍କ ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

ଛାତ୍ରୀଙ୍କ ସମ୍ପର୍କୀୟମାନେ ମଙ୍ଗଳବାର ବଡ଼ଗଡ଼ ଥାନାରେ ପହଞ୍ଚି ଅଭିଯୁକ୍ତ ଟ୍ୟୁଶନ୍‌ ସାର୍‌ ଛାତ୍ରୀଦ୍ୱୟଙ୍କୁ ଅପହରଣ କରିଛନ୍ତି ବୋଲି କହିବା ସହ ତାଙ୍କୁ ଧରିବାକୁ ଦାବି କରିଥିଲେ। ଟିଉସନ୍‌ ମାଷ୍ଟରଙ୍କ ମୋବାଇଲ୍‌ ଫୋନ ସୁିଇଚ୍‌ ଅଫ୍‌ ରହିଥିବାରୁ ସେ ହିଁ ଛାତ୍ରୀଦ୍ୱୟଙ୍କୁ ଅପହରଣ କରିଥିବା ପୋଲିସ ଏକ ପ୍ରକାର ନିଶ୍ଚିତ ହୋଇଛି। ପୋଲିସ ଟ୍ୟୁଶନ୍‌ ସାରଙ୍କୁ ଧରିବାକୁ ହିଞ୍ଜିଳାକାଟୁରେ ଥିବା ପୈତୃକ ଘର ଓ ଖୋର୍ଦ୍ଦା ବନମାଳିପୁରରେ ଥିବା ଶଶୁର ଘରେ ଚଢ଼ାଉ କରିଥିଲା। ହେଲେ ପୈତୃକ ଘରକୁ ବହୁତ ଦିନ ହେଲା ଗୋପାଳକୃଷ୍ଣ ଯାଇ ନ ଥିବା ବେଳେ ଶଶୁରଘରକୁ ମଧ୍ୟ ୨ରୁ ୩ ମାସ ହେଲା ସେ ଆସି ନ ଥିବା ତାଙ୍କ ସ୍ତ୍ରୀ ପୋଲିସକୁ କହିଛନ୍ତି।

ଏନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଟ୍ୟୁଶନ୍‌ ମାଷ୍ଟର ହିଁ ୨ ନାବାଳିକା ଝିଅଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଖୁବଶ୍ରୀଘ୍ର ଛାତ୍ରୀଦ୍ୱୟଙ୍କ ସନ୍ଧାନ ମିଳିବା ସହ ସନ୍ଦିଗ୍ଧ ଟ୍ୟୁଶନ୍‌ ମାଷ୍ଟରଙ୍କୁ ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri