ଟ୍ୟୁଶନ୍‌ ସାରଙ୍କ ନାଁରେ ୨ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଦୁଇ ଜଣ ଛାତ୍ରୀଙ୍କୁ ଜଣେ ଟ୍ୟୁଶନ୍‌ ମାଷ୍ଟର ଅପହରଣ କରିନେଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଟ୍ୟୁଶନ୍‌ ସାର୍‌ଙ୍କ ନାଁରେ ଏକ ଅପହରଣ ମାମଲା (ନଂ.୪୩୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଟ୍ୟୁଶନ୍‌ ମାଷ୍ଟର ହେଲେ ଗୋପାଳକୃଷ୍ଣ ବଦାତିଆ। ତାଙ୍କ ଘର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ। ସେ ବଡ଼ଗଡ଼ ଥାନା ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ଘରୁ ପଳାଇଥିବା ଛାତ୍ରୀଦ୍ୱୟ ଭଉଣୀ। ସେମାନେ ପରିବାର ସହ ବଡ଼ଗଡ଼ ଥାନା ଅଞ୍ଚଳ ମାଝି ସାହିରେ ରୁହନ୍ତି। ବଡ଼ ଝିଅ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ସାନ ଝିଅ ୮ମ ଶ୍ରେଣୀରେ ପଢୁଛନ୍ତି। ଅପରପକ୍ଷରେ ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ୨ ଝିଅଙ୍କ ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

ଛାତ୍ରୀଙ୍କ ସମ୍ପର୍କୀୟମାନେ ମଙ୍ଗଳବାର ବଡ଼ଗଡ଼ ଥାନାରେ ପହଞ୍ଚି ଅଭିଯୁକ୍ତ ଟ୍ୟୁଶନ୍‌ ସାର୍‌ ଛାତ୍ରୀଦ୍ୱୟଙ୍କୁ ଅପହରଣ କରିଛନ୍ତି ବୋଲି କହିବା ସହ ତାଙ୍କୁ ଧରିବାକୁ ଦାବି କରିଥିଲେ। ଟିଉସନ୍‌ ମାଷ୍ଟରଙ୍କ ମୋବାଇଲ୍‌ ଫୋନ ସୁିଇଚ୍‌ ଅଫ୍‌ ରହିଥିବାରୁ ସେ ହିଁ ଛାତ୍ରୀଦ୍ୱୟଙ୍କୁ ଅପହରଣ କରିଥିବା ପୋଲିସ ଏକ ପ୍ରକାର ନିଶ୍ଚିତ ହୋଇଛି। ପୋଲିସ ଟ୍ୟୁଶନ୍‌ ସାରଙ୍କୁ ଧରିବାକୁ ହିଞ୍ଜିଳାକାଟୁରେ ଥିବା ପୈତୃକ ଘର ଓ ଖୋର୍ଦ୍ଦା ବନମାଳିପୁରରେ ଥିବା ଶଶୁର ଘରେ ଚଢ଼ାଉ କରିଥିଲା। ହେଲେ ପୈତୃକ ଘରକୁ ବହୁତ ଦିନ ହେଲା ଗୋପାଳକୃଷ୍ଣ ଯାଇ ନ ଥିବା ବେଳେ ଶଶୁରଘରକୁ ମଧ୍ୟ ୨ରୁ ୩ ମାସ ହେଲା ସେ ଆସି ନ ଥିବା ତାଙ୍କ ସ୍ତ୍ରୀ ପୋଲିସକୁ କହିଛନ୍ତି।

ଏନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଟ୍ୟୁଶନ୍‌ ମାଷ୍ଟର ହିଁ ୨ ନାବାଳିକା ଝିଅଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଖୁବଶ୍ରୀଘ୍ର ଛାତ୍ରୀଦ୍ୱୟଙ୍କ ସନ୍ଧାନ ମିଳିବା ସହ ସନ୍ଦିଗ୍ଧ ଟ୍ୟୁଶନ୍‌ ମାଷ୍ଟରଙ୍କୁ ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri