ସମୁଦ୍ରରେ ବୁଡ଼ିଗଲେ ଦୁଇ ଛାତ୍ରୀ: ଜଣେ ମୃତ, ଆଉ ଜଣେ ନିଖୋଜ

ଛତ୍ରପୁର,୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ମୃତ ଛାତ୍ରୀ ଜଣକ ହେଲେ କନିଷିରର ସ୍ବପ୍ନାରାଣୀ ପଣ୍ଡିତ। ନିଖୋଜ ଛାତ୍ରୀ ଜଣକ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ।

ସୂଚନାଯୋଗ୍ୟ, ଆଜି ସକାଳେ ୫ଜଣ ସାଙ୍ଗଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଉଭୟେ ଛାତ୍ରୀ ଯାଇଥିଲେ। ଅସାବଧାନତା ହେତୁ ଦୁହେଁ ପାଣିରେ ଭାସିଯାଇଥିଲେ। ଅନ୍ୟ ୩ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଖବର ପାଇ ଗ୍ରାମବାସୀ ଏବଂ ଓଡ୍ରାଫ୍‌ ଟିମ୍‌ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।