ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ ଜ୍ଞାନ ବିକାଶ ଆବାସିକ କଲେଜର ଛାତ୍ର ଦୀପକ କୁମାର ବେହେରା । ସେ ୬୦୦ ମାର୍କରୁ ୫୯୦ ମାର୍କ ରଖି ଛତ୍ରପୁର ବ୍ଲକ ଟପ୍ପର ହୋଇଥିବା ସୂଚନା ମିଳିଛି । ଏହି ସଫଳତା ପଛରେ କଲେଜର ସମସ୍ତ ଅଧ୍ୟାପକ ଓ ପରିବାରଙ୍କୁ ସେ ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ସେ ଆଇଆଇଟି ପଢିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ପ୍ରତିଭା ଆବାସିକ କଲେଜର ବିଜ୍ଞାନ ଛାତ୍ର ବିଘ୍ନେଶ କୁମାର ଚୌଧୁରୀ ମଧ୍ୟ ୫୯୦ ମାର୍କ ରଖି ଛତ୍ରପୁର ଟପ୍ପର ହୋଇଛନ୍ତି । ଏହି ସଫଳତା ପଛରେ କଲେଜର ସମସ୍ତ ଅଧ୍ୟାପକ ଓ ପରିବାରଙ୍କୁ ସେ ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ସେ ଆଇଆଇଟି ପଢିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ୨୨୭ ଜଣ ଛାତ୍ର/ଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଥିବା ବେଳେ ୧୦୭ ଜଣ ପ୍ରଥମ ଶ୍ରେଣୀରେ ଉର୍ତିଣ୍ଣ ହୋଇଛନ୍ତି । ସେଥିରୁ ୯୦ ପ୍ରତିଶତରୁ ଅଧିକ ୫ ଜଣ ରହିଥିବା ବେଳେ ସର୍ବାଧିକ ୫୮୦ ମାର୍କ ରହିଛି । ସେହିପରି ୪୧ ଜଣ ଦ୍ୱିତୀୟ ଶ୍ରେଣୀ ଓ ୩୮ ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତୀଣ୍ଣହୋଇଛନ୍ତି। କଳାରେ ୨୩୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୮୫ଜଣ ଛାତ୍ର/ଛାତ୍ରୀ ପାସ କରିଛନ୍ତି । ୬୯ ଜଣ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହୋଇଥିବା ବେଳେ ସର୍ବାଧିକ ୫୦୧ ମାର୍କ ରହିଛି । ୪୫ଜଣ ଦ୍ୱିତୀୟ ଶ୍ରେଣୀ ଓ ୭୧ ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତୀଣ୍ଣ ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ୭୨ ଜଣ ପରୀକ୍ଷା ଦେଇଥିବା ବେଳେ ୬୦ ଜଣ ପାସ ହୋଇଥିବା ବେଳେ ୨୭ ଜଣ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହୋଇଥିବା ବେଳେ ୫୬୨ ମାର୍କ ସର୍ବାଧିକ ରହିଥିବା ବେଳେ ୧୩ ଜଣ ଦ୍ୱିତୀୟ ଓ ୨୦ ଜଣ ତୃତୀୟ ଶ୍ରେଣିରେ ଉର୍ତ୍ତୀଣ୍ଣହୋଇଥିବା କଲେଜ ପକ୍ଷରୁ କୁହାଯାଇଛି ।