କଟକ ସହରବାସୀଙ୍କୁ ଦୁଇପଦ

ଇଏ ହେଉଛି ଆମ ହଜାର ବର୍ଷର ସହର କଟକ। କେବଳ ଭାରତ ନୁହେଁ, ଭାରତ ବାହାରେ କଟକ ସହରକୁ ଅନେକ ଜାଣନ୍ତି। ଏହି ଐତିହାସିକ ସହରର ଦୁଇ ପଟେ ମହାନଦୀ ଓ କାଠଯୋଡ଼ି। କଟକ ମାଟିରେ ଅନେକ କାଳଜୟୀ, କୃତୀ ପୁରୁଷ, ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିବା ବ୍ୟକ୍ତିତ୍ୱଙ୍କର ଅଭାବ ନାହିଁ। ବିଶ୍ୱର ବିରଳ ଏହି ସହରର ନିଆରାପଣ ହେଉଛି ସବୁ ଧର୍ମର ସମନ୍ବୟ। ଜଣେ ସକାଳୁ ଉଠିଲେ ଏ ସହରକୁ ଟିକିଏ ବୁଲି ଆସିଲେ ବେଶ୍‌ ଭଲ ଭାବରେ ସେ ବୁଝିପାରିବ। ମନେପଡ଼ୁଛି ପ୍ରତିଥଯଶା ବ୍ୟଙ୍ଗହାସ୍ୟ ଶିରୋମଣି ଫତୁରାନନ୍ଦ ଏକଦା କହିଥିଲେ, କଟକ ସହରରେ ଆଲାରାମ ଘଡ଼ିର ଆବଶ୍ୟକତା ନାହିଁ। ଏଠି ଭୋରୁ ଭୋରୁ ଆଲାରାମ ସ୍ବତଃ ବାଜି ଉଠେ। କଟକର ବାଉନ ବଜାର ତେପନ ଗଳି ଭିତରେ କେଉଁଠି ‘ରାମ ରାମ ହରେ ହରେ ତ କେଉଁ ଗଳିରେ ଆଲ୍ଲା ହୋ ଆକବର’। କହିବାକୁଗଲେ ଆଲାରାମ କଟକିଆଙ୍କ ନିଦ ଯେପରି ଭାଙ୍ଗି ଦେଇଥାଏ, ତା’ପରେ ସହର ଆରମ୍ଭ ହୁଏ ଛକମୁଣ୍ଡର ଚା’ଖଟିର ଆସରରୁ। ଏଠି ଚା’ଖଟିଟି ଖାଲି ଚା’ପିଇବା ଲୋକଙ୍କର ମେଳଣ ଜାଗା ନୁହେଁ, ଢିଙ୍କିଶାଳରୁ ଢେଙ୍କାନାଳ କିମ୍ବଦନ୍ତୀ ବିଜୁବାବୁଙ୍କଠାରୁ ମୋହନ ମାଝୀ, ସେ ଟ୍ରମ୍ପ୍‌ ହୁଅନ୍ତୁ ବା ୟୁକ୍ରେନ୍‌ ଯୁଦ୍ଧ କେଉଁ ପ୍ରସଙ୍ଗ ମଧ୍ୟ ବାଦ୍‌ପଡ଼େନା। ଏ ସବୁ ଭିତରେ ପୁରୁଣାକାଳିଆର ରେଡିଓରେ ସେହି ମୋଟା ଗଳାର ସମ୍ବାଦର ଶବ୍ଦଗୁଡ଼ିକ କାନ ଗହ୍ବରରେ ପଡ଼ିଥାଏ। ଓଡ଼ିଆଯାକର ତମାମ ଦୈନିକ ଖବରକାଗଜ ଭୋରୁ ଭୋରୁ ପହଞ୍ଚତ୍ୟାଏ। ତେବେ ଅଦ୍ଭୁତ କଥା ହେଉଛି, ଖବରକାଗଜରେ କିଏ ଆତ୍ମହତ୍ୟା କରିଛି ତ କେଉଁଠି ବ୍ରହ୍ମକମଳ ଫୁଟିଛି, ଏସବୁ ପ୍ରକାଶ ପାଇବା ପୂର୍ବରୁ କିନ୍ତୁ ଚା’ଖଟିର ସମ୍ବାଦ ଆସରରେ ଆଗେ ପଡ଼ିଯାଏ।
ଏହି ବିଚିତ୍ର ସହରର ଜୀବନଚକ୍ର ଏକ ସ୍ବାଭାବିକ ପ୍ରବାହମାନ ଧାରା ପରି ଚାଲିଥାଏ। ଓଡ଼ିଆ ଭାଇଟି ବରା ପିଆଜି ଗୁଲୁଗୁଲା ପ୍ରସ୍ତୁତ କଲାବେଳକୁ ମୁସ୍‌ଲିମ ଭାଇଟି ତା’ ନୀତି ବେଉସା ଭିତରେ ଖାସି କାଟିବାରେ ଲାଗିଗଲାଣି। ଦିନ ତମାମ ସମସ୍ତେ ନିଜ ନିଜ ବେପାର ବଣିଜକୁ ନେଇ ବ୍ୟସ୍ତ ଥାଆନ୍ତି। ପୁଣି ମୁହଁ ସଞ୍ଜ ହେଲାବେଳେ ଆସର ଜମେ ଚା’ଖଟିର। ଇଏ ହେଉଛି କଟକ ସହର, ଭାଇଚାରାର, ଅତୁଟ ଭାଇ ବନ୍ଧନର ସହର। ଏଠି ଓଡ଼ିଆ ହେଉ କି ବଙ୍ଗାଳୀ, ମୁସଲମାନ ହେଉ କି ଖ୍ରୀଷ୍ଟିଆନ୍‌, ପଞ୍ଜାବୀ ହେଉ ବା ଯେ କେହି ସମସ୍ତେ ଏଠି ଭାଇ ଭାଇ। ଇଏ ହେଉଛି କଟକର ଆରାଧ୍ୟ ଦେବୀ ମା’ କଟକଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପରମ କୃପା। ବାଟ ଭୁଲି ଖାଲି ପେଟରେ କଟକରେ ଦୁଆର ଘାଟ ଖୋଜି ବୁଲୁଥିବା ଲୋକଟିକୁ କଟକିଆ ଖାଲି ପେଟରେ ଛାଡ଼ି ନଥା’ନ୍ତି। ଆପଣ ଜଣେ ଜଣେ ରିକ୍ସାବାଲାଙ୍କୁ ଦେଖିବେ କହିବାକୁଗଲେ ଦିହରେ ପଳାଏ ମାଉଁଶ ନଥିବ, କିନ୍ତୁ କି ଖରା କି ବର୍ଷା ଯାତ୍ରୀଙ୍କୁ ନେଇ ନିରାପଦରେ ପହଞ୍ଚାଇ ଦେଇଥାଏ। ମନେପଡ଼ୁଛି ଓଡ଼ିଶୀ ସଂଗୀତର ସୁରମଣି ବାଳକୃଷ୍ଣ ଦାସଙ୍କ କଥା। ଆକାଶବାଣୀ ଥିଲା ତାଙ୍କ କର୍ମସ୍ଥଳୀ। ସେଇଠି ଯେଉଁ ରିକ୍ସାବାଲାଟି ବି ଡାକ ଛାଡ଼ି ଛାଡ଼ି ଯାଏ, ଏପରି ବିରାଟ ବପୁବାଲା ଲୋକଙ୍କୁ ବି ସେ ତା’ ରିକ୍ସାରେ ନେଇପାରେ। କଟକ ଭିତରେ ଅନେକ କଥା ରହିଛି ଲେଖି ବସିଲେ ତ ଗ୍ରନ୍ଥ ହେବ।
କଟକ ସହର ସତରେ ବଡ଼ ବିଚିତ୍ର ସହର। ଏ ଶବ୍ଦଟିକୁ ଦେଖନ୍ତୁ। ଏହାର ଦୁଇ ପଟେ ‘କ’। ପୁରୁଣା ଐତିହାସିକ ଘଟଣା ପ୍ରବାହ ଏହି ସହରରେ ଅନେକ ଘଟଣ, ଅଘଟଣ ଘଟିଛି। ସେ ସବୁର ସମାଧାନ ବି ହୋଇଛି। ବଡ଼ କଥା ହେଲା କଟକରେ ଭାଇଚାରା ଆଉ ସାହି ମୁରବିଙ୍କ ସମ୍ମାନର ଗୁରୁତ୍ୱ ଯଥେଷ୍ଟ। ତଥାପି ଦଶହରା ମେଢ଼ ବେଳେ ବଗୁଲିଆମାନଙ୍କ ଉତ୍ତେଜନା ସୃଷ୍ଟିକାରୀ ଘଟଣା ସହରବାସୀଙ୍କୁ କିଛି କ୍ଷଣ ପାଇଁ ମନସ୍ତାପ ଭିତରକୁ ଠେଲି ଦେଇଥିଲା। ଯଦିଓ ପ୍ରଶାସନଠାରୁ ସାହି ମୁରବି ସମସ୍ତେ ତ୍ୱରିତ ଭାବେ ହାତରେ ହାତ ମିଶାଇ ଏକାଠି ହୋଇ ବସିଲେ ଆଉ ଘଟଣାକୁ ତୁଟାଇଦେଲେ। ଇଏ ପରା ଭାଇଚାରାର ସହର। ଏଠି ଜଣେ ଭଡ଼ାଟିଆ ଯେଉଁ ସାହିର ହୋଇ ଥାଆନ୍ତୁନା କାହିଁକି ଅନ୍ୟ କୌଣସି ସାହିର କୌଣସି ଜଣେ ତାଙ୍କୁ ଅସମ୍ମାନ କଲେ ଏହା ଭଡାଟିଆଙ୍କ ପାଇଁ ଯେତେବଡ଼ ସ୍ବାଭିମାନର ପ୍ରସଙ୍ଗ ହୋଇନଥାଏ ସେ ସାହି ବାସିନ୍ଦାଙ୍କ ପାଇଁ ଏହା ସମ୍ମାନର ପ୍ରସଙ୍ଗ ହୋଇଥାଏ। କଟକରେ ଶାନ୍ତି କମିଟି ରହିଛି, ସବୁ ସାହିର ମୁରବିମାନେ ଏକାଠି ହୋଇ ଏହାର ସମାଧାନ କରିଆସିଛନ୍ତି। ତେବେ ସୋସିଆଲ ମିଡିଆ ବା ଗୁଜବକୁ ଆଦୌ ବିଶ୍ୱାସ କରିବା କଥା ନୁହେଁ। ସହରରେ ଶାନ୍ତି ଜାରି ରହିବା ଦାୟିତ୍ୱ ଆମ ସମସ୍ତଙ୍କର। ଯଦିଓ ଷଷ୍ଠ ଦଶନ୍ଧିରେ କଟକ ସହରରେ ଦଙ୍ଗା କଥା ଶୁଣାଯାଏ, କିନ୍ତୁ କଟକ ହେଉଛି ଏପରି ଏକ ଭିନ୍ନ ସହର; ଯେଉଁଠି ସାମ୍ପ୍ରଦାୟିକତା ନଥାଏ। ମହାନ୍‌ ଶ୍ରୀଜଗନ୍ନାଥ ସଂସ୍କୃତିର ଉଦାର ଗ୍ରହଣୀୟତା ଏଠି ସମସ୍ତଙ୍କ ପାଇଁ ବଡ଼। ଇଏ ହେଉଛି ସେହି ସହର, ଯେଉଁଠି କହିବାକୁଗଲେ ଜଣେ ହିନ୍ଦୁ ଅକ୍ଷୟ ମହାନ୍ତି, ଜଣେ ମୁସଲମାନ ସିକନ୍ଦର ଆଲାମ ଆଉ ଜଣେ ଖ୍ରୀଷ୍ଟିଆନ୍‌ ପ୍ରଣବ ପଟ୍ଟନାୟକ, ଏମିତି ଏକ ସମୟ ଥିଲା ଓଡ଼ିଆ ସଂଗୀତ ଜଗତରେ ସେମାନେ ଛାଇ ହୋଇଯାଇଥିଲେ। ହଜାର ବର୍ଷର କଟକ ସହରର ଜଣେ ଖାଣ୍ଟି କଟକିଆ ଭାବେ ପାରସ୍ପରିକ ସମ୍ପର୍କକୁ ନଷ୍ଟ ନ କରି ଏପରି ଭାଇଚାରା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏହା ଆମ ସମସ୍ତଙ୍କର ଦାୟିତ୍ୱ, ଏହାକୁ ଭୁଲିଯିବା ଅନୁଚିତ।
ମୋ: ୯୮୬୧୪୬୪୯୩୨

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri