୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ ସ୍ବତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ଏଥିରେ ଅନେକ ବଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ। ତଥାପି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା ଅନିଲ ଏବଂ ମାଧୁରୀ ଦୀକ୍ଷିତଙ୍କ ପୁନର୍ମିଳନ।

ଦୀର୍ଘ ପ୍ରାୟ ୭ବର୍ଷ ପରେ ଦୁଇ ତାରକାଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ ପୁରୁଣା ସ୍ମୃତିକୁ ଉଜାଗର କରିଦେଇଥିଲା। ସ୍କ୍ରିନିଂର ଫଟୋ ଏବଂ ଭିଡିଓରେ ଦୁହେଁ ହସୁଥିବା ବେଳେ କ୍ୟାମେରା ପାଇଁ ପୋଜ ମଧ୍ୟ ଦେଉଥିଲେ। ଏହା ସେମାନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ନଜରକୁ ଆସିଥିଲା। ପ୍ରଶଂସକ ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖି ଖୁସି ହୋଇଯାଇଥିଲେ। ସେମାନଙ୍କ ପୁନର୍ମିଳନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ମଧ୍ୟ ଏହାକୁ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି।

ସୂଚନା ଯୋଗ୍ୟ, ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ୮୦ ଏବଂ ୯୦ଦଶକରେ ଅନେକ ସୁପରହିଟ ଫିଲ୍ମରେ କାମ କରିଚନ୍ତି। ଦର୍ଶକମାନେ ଫିଲ୍ମ ତେଜାବ, ରାମ ଲଖନ, ବେଟା, ପରିନ୍ଦା, ଏବଂ ପୁକାର ଭଳି ଚଳଚ୍ଚିତ୍ରରେ ସେମାନଙ୍କ ଯୋଡିକୁ ପସନ୍ଦ କରିଥିଲେ। ଅନିଲ ଏବଂ ମାଧୁରୀଙ୍କୁ ଶେଷ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମରେ ‘ଟୋଟାଲ ଧମାଲ’ରେ ଏକାଠି ଦେଖିବାକୁ ମିଳିଥିଲା।

Share