ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ସୁରକ୍ଷାକର୍ମୀ, ତା’ପରେ ଘଟିଲା ଏମିତି

ଚିକାଗୋ,୨୯।୧୦:ଆମେରିକାର ଚିକାଗୋରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ ସୁରକ୍ଷାକର୍ମୀ କହିବାରୁ ଦୁହେଁ ଛୁରି ସାହାଯ୍ୟରେ ୨୭ ଥର ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଉଭୟ ଭଉଣୀ ଜେସିକା ଏବଂ ଜୟଲା ହିଲକୁ ଘଟଣାସ୍ଥଳରୁ ଗିରଫ କରଛି। ଆହତ ସୁରକ୍ଷା କର୍ମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି। ତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ପୋଲିସ ମୁଖପାତ୍ର କ୍ୟାରି ଜେମ୍ସ କହିଛନ୍ତି ଯେ ୩୨ ବର୍ଷିୟ ସୁରକ୍ଷା କର୍ମୀ ଜଣଙ୍କ ଜେସିକା ହିଲ ଏବଂ ତାଙ୍କ ଭଉଣୀଙ୍କୁ ମାସ୍କ ପିନ୍ଧିବା ପାଇଁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜେସିକା ତାଙ୍କ ପକେଟରୁ ଛୁରି ବାହାର କରି ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେହି ସମୟରେ ଜୟଲା ତାଙ୍କ କେଶକୁ ଜାବୁଡି ଧରିଥିଲେ। ଉଭୟଙ୍କର ବାୟପୋଲାର ଡିସ୍‌ଅର୍ଡର ଥିବା ଜଣାପଡିଛି।

Share