ନଦୀକୁ ଡେଇଁଲେ ଦୁଇ ଭଉଣୀ

ଗୁଡଭେଲା,୧୫।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ସହର ସ୍ଥିତ ତେଲ ନଦୀ ଗର୍ଭକୁ ଦୁଇ ଜଣ ଯୁବତୀ ଡେଇଁ ପଡିଥିବା ସୂଚନା ମିଳିଛି। ଉଭୟ ସମ୍ପର୍କରେ ଦୁଇ ଭଉଣୀ ଏବଂ ଗୁଡଭେଲା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଝିଅ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନ ଉପସ୍ଥିତ ରହି ଦମକଳ ବାହିନୀ ସାହାଯ୍ୟରେ ସମ୍ପୃକ୍ତ ଦୁଇ ଯୁବତୀକୁ ଖୋଜିବାରେ ଲାଗିଛନ୍ତି। ତେବେ ବ୍ରିଜ୍‌ ଉପରେ ସ୍କୁଟି ଏବଂ ୨ ହଳ ଚପଳ ଥୁଆ ହୋଇଛି। ତେବେ କେଉଁ କାରଣରୁ ଦୁହେଁ ଏମିତି ପଦକ୍ଷେପ ନେଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।