Categories: ଜାତୀୟ

୨ ଭଉଣୀଙ୍କୁ ଗଣବଳାତ୍କାର

ଜୟପୁର,୫।୬: ରାଜସ୍ଥାନର ଜୟପୁରରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଜୟପୁରର ଏକ ଆପାର୍ଟମେଣ୍ଟରେ ରହୁଥିବା ୧୯ ଓ ୨୦ ବର୍ଷୀୟା ଦୁଇ ଭଉଣୀଙ୍କୁ ଗତ ୧ ତାରିଖରେ ୨ ଯୁବକ ଲୁନିଆଓ୍ବାସ ସ୍ଥିତ ଏକ ଘରକୁ ନେଇଯାଇଥିଲେ। ସେଠାରେ ସେମାନଙ୍କ ସହ ଅନ୍ୟ ଦୁଇ ଯୁବକ ମିଶି ଯୁବତୀ ଦ୍ୱୟଙ୍କୁ ମାଡ଼ ମାରି ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ଏ ସମ୍ପର୍କରେ କାହାକୁ ଜଣାଇଲେ ଦୁଇ ଭଉଣୀଙ୍କୁ ହତ୍ୟା ଧମକ ଦେଇଥିଲେ। ପୀଡ଼ିତା ଦ୍ୱୟ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏହା ଜାଣି ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

Share